ରଙ୍ଗେଇଲୁଣ୍ଡା ବ୍ଳକ୍ ଅଫିସ ପାଲଟିଛି ଅଳିଆ ଆବର୍ଜ୍ଜନାର କୁଣ୍ଡ…!

Independence


ରଙ୍ଗେଈଲୁଣ୍ଡା : ଗଞାମ ଜିଲ୍ଲା ରଙ୍ଗେଇଲୁଣ୍ଡା ବ୍ଳକ୍ ଭିତରେ ଅଳିଆ ଆବର୍ଜ୍ଜନା ଅଫିସ ସମ୍ମୁଖରେ ପଡ଼ିଥିବା ବେଳେ ବ୍ଳକ୍ ପ୍ରଶାସନ ପଞ୍ଚାୟତ ଲୋକ ପ୍ରତିନିଧି ମାନଙ୍କୁ ଡ଼ାକି ସ୍ବଚ୍ଛ ଭାରତ ମିଶନର ନାରା ଦେଉଥିବା ବେଳେ ଗାଁ ଗାଁ ରେ ଅଳିଆ ଆବର୍ଜ୍ଜନା ଗୃହ ନିର୍ମାଣ କରି ଗ୍ରାମର ଅଳିଆ କୁ ଗୋଟିଏ ଜାଗାରେ ପୋଡିବାକୁ ଓ ପୋତିବାକୁ ଗ୍ରାମ ପଞ୍ଚାୟତ ସଫା ସୁତୁରା ରଖିବାକୁ ନିର୍ଦ୍ଦେଶ ଦେଉଥିବା ବେଳେ ।ଏହାର ବ୍ୟତିକ୍ରମ ଦେଖିବାକୁ ମିଳୁଛି ରଙ୍ଗେଇ ଲୁଣ୍ଡା ବ୍ଳକ୍ ଭିତର ର ସ୍ବଚ୍ଛ ଭାରତ ର ଦୃଶ୍ୟ।
ଯଦି ଏହିପରି ଅଳିଆ ଆବର୍ଜ୍ଜନା ହୁଏ ତାହା ହେଲେ ଜୀବାଣୁ ଜନିତ ରୋଗ ହେବାର ସମ୍ଭାବନା ଅଧିକ ଥାଏ । ରଙ୍ଗେଇଲୁଣ୍ଡା ବ୍ଳକ୍ ବିଡ଼ିଓ ନଜାଣି ରୋଗ କୁ ଆମନ୍ତ୍ରଣ କରୁଛନ୍ତି ନା ଜାଣି ଶୁଣି ନଜାଣିବାର ଅଭିନୟ କରୁଛନ୍ତି ବୋଲି ସାଧାରଣ ରେ ଚର୍ଚ୍ଚା ହେଉଛି, ଦୀପ ତଳ ଅନ୍ଧାର ପରି ବ୍ଲକ ପରିସରରେ ଯଦି ଏହି ଦୃଶ୍ୟ ତେବେ ପଞ୍ଚାୟତ ମାନଙ୍କ କଥା ନକହିବା ଭଲ…

ad-week
Leave A Reply

Your email address will not be published.