ବାବାସାହେବ ଆମ୍ବେଦକର ନୋବଲ ଆୱାର୍ଡ଼ ପାଇଲେ ବିଶ୍ଵ କରାଟେ ଜଗତର ଧ୍ରୁବତାରା ପ୍ରମୋଦ ରାଉଳ…

add-all

ବ୍ରହ୍ମପୁର : ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ନିକଟସ୍ଥ ଚାଟମଣ୍ଡଳୀ ଗ୍ରାମର ଶ୍ରୀ ପ୍ରମୋଦ ରାଉଳଙ୍କୁ ବାବାସାହେବ ଆମ୍ବେଦକର ନୋବଲ ଆୱାର୍ଡ ୨୦୨୨ ରେ ସମ୍ମନିତ କରାଗଲା ସାରା ଭାରତର ଜଣାଶୁନା ବ୍ୟକ୍ତି ତଥା ସାରା ଭାରତ ବର୍ଷ ରେ ଆଜିପର୍ଯନ୍ତ ଲକ୍ଷାଧିକ ଲୋକଙ୍କୁ ବିନମୂଲ୍ୟରେ ନିଜ ନିଜ ର ଆତ୍ମ ସୁରକ୍ଷା ପାଇଁ କିପରି ନିଜକୁ ସେ ସୁରକ୍ଷା କରି ପାରିବେ ସେଦିଗରେ ଶିକ୍ଷା ଦେଇ ସେ ଆଜି ପର୍ଯ୍ୟନ୍ତ ଆସୁଛନ୍ତି. ଲକ୍ଷ୍ୟାଧିକ ଲୋକ ଭାରତର ସମସ୍ତ ପାରମିଳାଟାରୀ ଫୋର୍ସ ଆର୍ମି,ନେଭି, ସିଆରପିଏଫ ଆଇଟିବିପି, ବିଏସଏଫ ଆର ଏ ଏବଂ ,ଏସପିଜି, ଓଡ଼ିଶା ପୋଲିସ ଏବଂ ଆରପିଏଫ . ଏହା ବ୍ୟତିତ ସେ ସ୍କୁଲ ଓ କଲେଜ ପିଲାମାନଙ୍କୁ, ଇଣ୍ଡଷ୍ଟିଆଲିଷ୍ଟ, ଗ୍ଲାମରିୟୂଷ, ଏବଂ ସାମାଜରେ ରହୁଥିବା ବ୍ୟକ୍ତମାନଙ୍କୁ ମଧ୍ୟ ଆତ୍ମ ରକ୍ଷାର ଶିକ୍ଷା ପ୍ରଦାନ କରିଛନ୍ତି. ସେ ଭାରତୀୟ ରୈଳବାଇ ରେ ଆଜି କୁ ପ୍ରାୟ ୨୧ ବର୍ଷ ଧରି ସେବାୟତ ଥିଲେ , ସେ ସମାଜର ସେବା ସହିତ ସେ ରେଳ ବିଭାଗର ମଧ୍ୟ ସେବା କରି ଆସୁଛନ୍ତି.
ଏ ସମୟ ଭିତରେ ସେ ଅନ୍ତର୍ଜାତୀୟ ସ୍ତରରେ ଏବଂ ମାରସଲ ଆର୍ଟ ରେ ୮ଥର ମହାରାଷ୍ଟ୍ର ରାଜ୍ୟ ଚମ୍ପିୟାନ ଏବଂ ୮ ଥର ସର୍ବଭାରତୀୟ ସ୍ତରରେ ଚାମ୍ପିୟନ ରହି ୩ଥର ବିଶ୍ଵ କରାଟେ ଚମ୍ପିୟାନସିପରେ ଭାଗ ନେଇଛନ୍ତି. ଅଉ ଏବେ ପର୍ଯନ୍ତ୍ୟ ସର୍ବଭାରତୀୟ ଆଇପିଏସ୍,ଆଇଏଏସ କ୍ୟାଡର ର ୬୭ରୁ ଅଧିକ ଅଫିସର ଙ୍କୁ ସାରିରିକ ଶିକ୍ଷ୍ୟା ମଧ୍ୟ ଦେଇଛନ୍ତି.
ବର୍ତମାନ ସେ ଓଡିଶାରାଜ୍ୟର ଅନ୍ତର୍ଜାତୀୟ ମାନବ ଅଧିକାର କାଉନସିଲ ର ସଭାପତି ଭାବେ କାର୍ଯ୍ୟରତ ଅଛନ୍ତି ଏବଂ ସେ ନୀଳଦ୍ରୀ ଫାଉଁଣ୍ଡାସନ ର ପ୍ରତିଷ୍ଠାତା ଓ ମୁଖ୍ୟ ଟ୍ରଷ୍ଟ ଅଛନ୍ତି.

କରୋନା ସମୟରେ ମଧ୍ୟ ଅହରହ ପରିଶ୍ରମ କରି ମୁମ୍ବାଇରେ ଫସି ରହିଥିବା ପ୍ରବାସୀ ଓଡିଆମାନଙ୍କୁ ନିଜ ନିଜର ଜନ୍ମଭୂମି କୁ ପଠାଇବାରେ ସାହାଯ୍ୟ କରି ଆସୁଥିଲେ ଅନ୍ତର୍ଜାତୀୟ କରାଟେ ଜଗତର ତାରକା ଶ୍ରୀ ପ୍ରମୋଦ କୁମାର ରାଉଳ । ମୁମ୍ବାଇରେ କାମ କରୁଥିବା ଗଂଜାମ ଜିଲ୍ଲାର ହଜାର ହଜାର ଶ୍ରମିକ ଲକଡାଉନ ରେ ଫସିରହିଥିବା ବେଳେ ରାଜ୍ୟ ସରକାରଙ୍କ ଉଦ୍ୟମରେ ସେମାନଙ୍କୁ ଟ୍ରେନ ଯୋଗେ ଆଣି ସେମାନଙ୍କୁ ନିଜ ନିଜର ଅଞ୍ଚଳକୁ ପଠାଇବାରେ ସାହାଯ୍ୟ କରୁଛନ୍ତି । ଶ୍ରୀ ରାଉଳ ମୁମ୍ବାଇର ବିଭିନ୍ନ ଇଲାକାରେ ଫସିରହିଥିବା ପ୍ରବାସୀ ଓଡିଆମାନଙ୍କୁ ଏକତ୍ରିତ କରି ଟ୍ରେନ ଯୋଗେ ପଠାଇବାରେ ସାହାଯ୍ୟ କରି ପ୍ରବାସୀ ମାନେ ଟ୍ରେନରେ ଯିବା ସମୟରେ ସେମାନଙ୍କୁ କିଛି ସୁଖିଲା ଖାଦ୍ୟର ବ୍ୟବସ୍ଥା ମଧ୍ୟ କରୁଥିଲେ । । ସୂଚନାଯୋଗ୍ୟ ଯେ ବିଶ୍ୱ କରାଟେ ଆକାଶର ଦ୍ରୁବତାରା କୁହାଯାଉଥିବା ପ୍ରମୋଦ ରାଉଳଙ୍କ ଘର ଗଂଜାମ ଜିଲ୍ଲା ପୁରୁଷୋତ୍ତମପୁର ବ୍ଳକ ଚାଟମୁଣ୍ଡଳି ଗ୍ରାମର ହୋଇଥିବା ବେଳେ ସେ ମୁମ୍ବାଇରେ ରହୁଛନ୍ତି । ପ୍ରମୋଦଙ୍କ ଏହିଭଳି କାର୍ଯ୍ୟକୁ ବିଭିନ୍ନ ମହଲରେ ପ୍ରଶଂସା କରାଯାଇଛି । ଏବଂ ସେ କହିଛନ୍ତି ଯେ ଆଗକୁ ଆମ ଓଡିଶା ପାଇଁ ବହୁତ କାମ କରିବା ପାଇଁ ଆଶା ରଖିଛନ୍ତି.

ad-week
Leave A Reply

Your email address will not be published.