
ଭୁବନେଶ୍ବର: ରାଜ୍ୟରେ ପୁଣି ବଢ଼ିଲା ବସଭଡ଼ା। ଅଟୋମେଟିକ ମେକାନିଜିମ ଆଧାରରେ ବସ୍ ଭଡ଼ା ବଢ଼ିଛି। ବସ୍ ଭଡ଼ା ବୃଦ୍ଧି ନେଇ ରାଜ୍ୟ ଘରୋଇ ବସ୍ ମାଲିକ ସଂଘ ସାଧାରଣ ସଂପାଦକ ଦେବେନ୍ଦ୍ର ସାହୁ ସୂଚନା ଦେଇଛନ୍ତି। ରାଜ୍ୟ ଘରୋଇ ବସ୍ ମାଲିକ ସଂଘ ସାଧାରଣ ସଂପାଦକ ଦେବେନ୍ଦ୍ର ସାହୁ କହିଛନ୍ତି ଯେ ସାଧାରଣ ଓ ଏକ୍ସପ୍ରେସ ଭଡ଼ା ୨ ପଇସାକୁ ବୃଦ୍ଧି ପାଇଛି।
ସାଧାରଣ ବସଭଡ଼ା ୯୦ରୁ ୯୨ ପଇସାକୁ ବୃଦ୍ଧି ପାଇଥିବାବେଳେ ଏକ୍ସପ୍ରେସ ଭଡ଼ା ୯୪ରୁ ୯୬ ପଇସାକୁ ବୃଦ୍ଧି ହୋଇଛି। ଡିଲକ୍ସ ଓ ଏସି ଡିଲକ୍ସ ଭଡ଼ା ୪ ପଇସା ବଢ଼ିଥିବାବେଳେ ଡିଲକ୍ସ ଭଡ଼ା ୧ ଟଙ୍କା ୩୧ରୁ ୧ ଟଙ୍କା ୩୫ ପଇସାକୁ ବୃଦ୍ଧି ପାଇଛି। ଏସି ଡିଲକ୍ସ ୧ଟଙ୍କା ୫୯ରୁ ୧ଟଙ୍କା ୬୩ ପଇସା ବୃଦ୍ଧି ହୋଇଥିବାବେଳେ ସୁପର ପ୍ରିିମିୟମ ଭଡ଼ା ୬ ପଇସା ବଢ଼ିଛି। ସୁପର ପ୍ରିମିୟମ ଭଡ଼ା ୨ଟଙ୍କା ୪୭ରୁ ୨ଟଙ୍କା ୫୩ ପଇସା ବୃଦ୍ଧି ହୋଇଛି ବୋଲି ବସ ଭଡ଼ା ବୃଦ୍ଧି ନେଇ ବସ ମାଲିକ ସଂଘ ସାଧାରଣ ସମ୍ପାଦକଙ୍କ ସୂଚନା ଦେଇଛନ୍ତି।
ସୂଚନାରୁ ପ୍ରକାଶ ଯେ ରୁଷ ଓ ୟୁକ୍ରେନ୍ ମଧ୍ୟରେ ଯୁଦ୍ଧ ଚାଲିଥିବାରୁ ରାଜ୍ୟରେ ତେଲ ଦର ବୃଦ୍ଧି ପାଇବାରେ ଲାଗିଛି। ପ୍ରତିଦିନ ତୈଳ ଦର ବଢ଼ୁଛି। ଯେଉଁଥିପାଇଁ ଅଟୋମେଟିକ ମେକାନିଜିମ ଆଧାରରେ ଆଜି ପୁଣି ଥରେ ଭଡ଼ା ବୃଦ୍ଧି ପାଇଛି।
