ବନ୍ଧୁକ ଦେଖାଇ ଲୁଟିନେଲେ ଦୁଇ ଲକ୍ଷରୁ ଅଧିକ ଟଙ୍କା

add-all

ଯୋଡ଼ା: ଅଫିସ୍‌ରେ ପଶି ବନ୍ଧୁକ ଦେଖାଇ ଲୁଟିନେଲେ ଦୁଇ ଲକ୍ଷରୁ ଅଧିକ ଟଙ୍କା। ଆଜି ଏପରି ଘଟଣା କେନ୍ଦୁଝର ଜିଲ୍ଲା ବଡ଼ବିଲ୍‌ ଅଞ୍ଚଳରେ ଘଟିଛି। ଏନେଇ ଅଭିଭଯୋଗ ହେବା ପରେ ପୁଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି। ମାତ୍ର ଦୁର୍ବୃତ୍ତଙ୍କ ପତ୍ତା ପାଇନି ପୁଲିସ୍‌। ୩ ଜଣ ଦୁର୍ବୃତ୍ତ ଏକ ବାଇକରେ ଆସି ବଡ଼ବିଲ ଠାକୁରାଣୀ ସ୍ଥିତ ମିତ୍ତଲ ଖଣିର ପରିବହନ ଠିକାସଂସ୍ଥାକୁ ଯାଇଥିଲେ।

ସେମାନେ ଅଫିସ୍‌ ଭିତରେ ପଶି ପ୍ରଥମେ ଠିକା ସଂସ୍ଥାର କର୍ମଚାରୀଙ୍କୁ ଭୟଭୀତ କରାଇଥିଲେ। ପରେ ଜଣେ କର୍ମଚାରୀଙ୍କ ପେଟରେ ବନ୍ଧ ଲଗାଇ ଅଟକ ରଖିଲେ। ଅନ୍ୟ ଦୁଇ ଦୁର୍ବୃତ୍ତ ୨ ଲକ୍ଷ ୭୦ ହଜାର ଟଙ୍କା ଧରି ଚମ୍ପଟ ମାରିଥିଲେ। ଅଫିସ୍‌ରୁ ବାହାରିଲା ବେଳେ ଦୁର୍ବୃତ୍ତମାନେ ଫାଙ୍କା ଗୁଳି ଚାଳନା କରିଥିଲେ।

ଠିକା ସଂସ୍ଥାରୁ ପକ୍ଷରୁ ଏନେଇ ଥାନାରେ ଅଭିଯୋଗ ହୋଇଥିଲା। ପୁଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଥିଲା। ଦୁର୍ବୃତ୍ତମାନେ ହୀନ୍ଦି ଓ ଆଦିବାସୀ ଭାଷାରେ କଥାବାର୍ତ୍ତା ହେଉଥିବାରୁ ଝାଡଖଣ୍ଡ ରାଜ୍ୟର ହୋଇଥିବା ପୁଲିସ ଅନୁମାନ କରୁଛି।

ad-week
Leave A Reply

Your email address will not be published.