କେନ୍ଦୁଝର ଜିଲାପାଳଙ୍କୁ ଜନଜାତି କମିଶନଙ୍କ ହାଜର ନିର୍ଦ୍ଦେଶ ଉପରେ ରହିତାଦେଶ

Independence

କଟକ: କେନ୍ଦୁଝର ଜିଲାପାଳଙ୍କୁ ଜାତୀୟ ଜନଜାତି କମିଶନଙ୍କ ହାଜର ନିର୍ଦ୍ଦେଶ ଉପରେ ରହିତାଦେଶ ଲାଗିଛି । କମିଶନଙ୍କ ନିର୍ଦ୍ଦେଶ ଉପରେ ହାଇକୋର୍ଟ ରହିତାଦେଶ ଜାରି କରିଛନ୍ତି । ଜିଲାପାଳଙ୍କ ପ୍ରତିନିଧିଙ୍କ ଉପସ୍ଥିତିରେ କମିଶନ ମାମଲା ଆଗକୁ ନେଇ ପାରିବେ ବୋଲି କହିଛନ୍ତି । ୬ ସପ୍ତାହ ପରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ ବୋଲି ହାଇକୋର୍ଟ କହିଛନ୍ତି ।

ବାରମ୍ବାର ନୋଟିସ ସତ୍ତ୍ୱେ ଜିଲାପାଳ ହାଜର ହେଉ ନ ଥିଲେ । ଏ ନେଇ କମିଶନ ୱାରେଣ୍ଟ ଜାରି କରିଥିଲେ । ଜିଲାପାଳଙ୍କୁ ହାଜର କରାଇବାକୁ ପୋଲିସ ଡିଜିଙ୍କୁ ନିର୍ଦ୍ଦେଶ ଦେଇଥିଲେ। କମିଶନଙ୍କ ଏହି ନୋଟିସକୁ ଚ୍ୟାଲେଞ୍ଜ କରି ଜିଲାପାଳ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ।
ସୂଚନାଯୋଗ୍ୟ, ଏକ ବର୍ଷ ହେବ କେନ୍ଦୁଝର ଆଦିବାସୀ ସଂଗଠନ ବିଭିନ୍ନ ସମସ୍ୟା ନେଇ ଅନୁସୂଚିତ ଜନଜାତି ଆୟୋଗରେ ମାମଲା ଦାୟର କରିଥିଲେ। ଆଉ ଆୟୋଗ ତରଫରୁ ଶୁଣାଣି ସମୟରେ ଉପସ୍ଥିତ ରହିବା ପାଇଁ କେନ୍ଦୁଝର ଜିଲାପାଳଙ୍କୁ ନୋଟିସ ଏବଂ ବାରମ୍ବାର ସମନ ସତ୍ତ୍ୱେ ଶୁଣାଣି ସମୟରେ ଜିଲାପାଳ ହାଜର ହେଉ ନ ଥିଲେ।

ad-week
Leave A Reply

Your email address will not be published.