ନବ ନିର୍ବାଚିତ ଜନ ପ୍ରତିନିଧିଙ୍କ ପଞ୍ଚାୟତିରାଜ ବ୍ୟବସ୍ଥା ତାଲିମ ଶିବିର

add-all

ଦାରିଙ୍ଗବାଡ଼ି,୧୮/୪, ଦାରିଙ୍ଗବାଡ଼ି ବ୍ଳକର ୧୧ଟି ଗ୍ରାମ ପଞ୍ଚାୟତର ନବ ନିର୍ବାଚିତ ଜନ ପ୍ରତିନିଧିଙ୍କୁ ନେଇ ପଞ୍ଚାୟତିରାଜ ବ୍ୟବସ୍ଥା ସମ୍ପର୍କରେ ଜୀବିକା ସୁରକ୍ଷା ମଞ୍ଚ ପକ୍ଷରୁ ଗ୍ରୀନବାଡ଼ି ପଞ୍ଚାୟତ ସଭା ଗୃହରେ ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି। ୧୧ଟି ଗ୍ରାମ ପଞ୍ଚାୟତ ସନପୁର, ଦାସିଙ୍ଗବାଡ଼ି, ସିର୍କାବର୍ଗ, ପ୍ଲିହେରି, ଦନେକବାଡ଼ି, ପର୍ତ୍ତମାହା, ଦାରିଙ୍ଗବାଡ଼ି, ଶ୍ୟାଙ୍ଗବାଲି, ଭ୍ରମରବାଡ଼ି ସ୍ରାନିକେତା ଓ ଗ୍ରୀନବାଡ଼ି ପଞ୍ଚାୟତର ସରପଞ୍ଚ, ସମିତି ମେମ୍ବର, ନାଏବ ସରପଞ୍ଚ ଯୋଗଦେଇ ପଞ୍ଚାୟ ରାଜ ବ୍ୟବସ୍ଥାରେ ରହିଥିବା ଆଇନ ଓ ସୁବିଧା ସମ୍ପର୍କରେ ଆଲୋଚନା ଚକ୍ରରେ ଅଂଶଗ୍ରହଣ ହୋଇ ସଚେତନ ହୋଇଥିଲେ । ତାଲିମ ଦାତା ଭାବେ ଜୀବିକା ସୁରକ୍ଷା ମଞ୍ଚର ରାଜ୍ୟ ଆବାହକ ଅଞ୍ଜନ ପ୍ରଧାନ ଯୋଗଦେଇ ଥିଲା ବେଳେ ତାଙ୍କୁ ସହଯୋଗ କରିଥିଲେ ଯୁବ ଆଇନଜୀବି ସିମିଲାରାଣୀ ପଡ୍ରା। କାର୍ଯ୍ୟକ୍ରମ ବ୍ଳକ ସଂଯୋଜକ ସୁଧାକର ପ୍ରଧାନ ଓ ଜୋୟେଲ ପ୍ରଧାନଙ୍କ ନେତୃତ୍ୱରେ ପରିଚାଳନା ହୋଇଥିଲା ବେଳେ ନାରୀ ନେତ୍ରୀ ବିଳାସିନି ନାୟକ, ସ୍ୱାସ୍ଥ୍ୟ କର୍ମୀ ରାଜୀବ ମଲିକ, ଜୟାନନ୍ଦ ନାୟକ, ଡମୃଧର ନାୟକ, ରିତାରାଣୀ ମଲିକ ସହଯୋଗ କରିଥିଲେ।

ad-week
Leave A Reply

Your email address will not be published.