ସାହାସ ଓ ଆତ୍ମ ବିଶ୍ୱାସ ହିଁ ନାରୀ ସୁରକ୍ଷାର ମହାମନ୍ତ୍ର

add-all

ଫୁଲବାଣୀ : କନ୍ଧମାଳ ଜିଲ୍ଲାର ଫିରିଙ୍ଗିଆ ବ୍ଲକର ଫିରିଙ୍ଗିଆ ପଞ୍ଚାୟତ ମହାବିଦ୍ୟାଳୟରେ ଚାଲିଥିବା ଆତ୍ମ ସୁରକ୍ଷା ତାଲିମ କାର୍ଯ୍ୟକ୍ରମ ଅଧ୍ୟକ୍ଷ ଡ଼ଃ ଚିତ ରଞ୍ଜନ ମିଶ୍ରଙ୍କ ସଭପତିତ୍ୱରେ ଉଦଯାପିତ ହୋଇଯାଇଛି। ମୁଖ୍ୟ ଅତିଥି ଭାବରେ ଟିକାବାଲି ଏମ ସି ଏସ କଲେଜର ଅଧ୍ୟକ୍ଷ ତଥା ଜିଲ୍ଲା ଯୋଜନା ସେବା ଅଧିକାରୀ ପ୍ରାଧ୍ୟାପକ ଦୀନବନ୍ଧୁ ମହାନ୍ତି ଯୋଗଦେଇ ସାହାସ ଓ ଆତ୍ମବିଶ୍ୱାସ ରହିଲେ ନାରୀ ସୁରକ୍ଷିତ ରହି ପାରିବେ ବୋଲି ମତ ଦେଇଥିଲେ।ମୁଖ୍ୟ ବକ୍ତା ଭାବରେ ଟିକାବାଲି ଏମ୍ସିଏସ ମହାବିଦ୍ୟାଳୟର ଅଧ୍ୟାପକ ବନମାଳୀ ବେହେରା ଅତୀତ ଓ ବର୍ତ୍ତମାନର ନାରୀ ଜୀବନର ଚିତ୍ରକୁ ଅଲୋକ ପାତ କରିଥିଲେ।ଅଧ୍ୟାପକ ଡମ୍ବରୁ ଧର ସାହୁ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ଅଧ୍ଯପିକା ପ୍ରଭାତୀ ପାତ୍ରଧନ୍ୟବାଦ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମକୁ ଖେଳ ଶିକ୍ଷକ ପରିଚାଳନା କରିଥିଲେ । ଅଧ୍ୟାପକ ବିଭୁତି ଭୂଷଣ ଶତପଥୀ,ପ୍ରଦୀପ କୁମାର ବିଶ୍ଵାଳ ସହଯୋଗ କରିଥିଲେ।ଆତ୍ମ ସୁରକ୍ଷା ଟ୍ରେନର ଭାବରେ କୁସୁମ ଲତା ପ୍ରଧାନ ପ୍ରଶିକ୍ଷଣ ଦେଇଥିଲେ।ଶ୍ରେଷ୍ଠ ସ୍ବେଚ୍ଛାସେବୀ ଭାବରେ ରାଣୀ ରଶ୍ମିତା କଁହର,ରୋଜାଲୀନ ଦିଗାଲ,ଲାବଣ୍ୟବତୀ ନାୟକ,ସୁରଭି କଁହରଙ୍କୁ ମୁଖ୍ୟ ଅତିଥି ପୁରସ୍କାର ଓ ମାନପତ୍ର ପ୍ରଦାନ କରିଥିଲେ।

ad-week
Leave A Reply

Your email address will not be published.