
ଚିତ୍ରକୋଣ୍ଡା(୧୯/୦୪) : ଦିନଥିଲା ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ବ୍ଲକ ଅନ୍ତର୍ଗତ ସମ୍ପ୍ରତ୍ତି ସ୍ୱାଭିମାନ ଅଞ୍ଚଳ ବୋଲାଉଥିବା ଏବଂ ତତ୍କାଳୀନ ବିଛିନ୍ନାଞ୍ଚଳରେ ଲାଲ ବାହିନୀ ରାଜ କରି ତାଙ୍କ ଇସାରାରେ ସରକାର ଓ ପ୍ରଶାସନକୁ ନୟାନ୍ତ କରୁଥିଲେ l ଧୀରେ ଧୀରେ ଲୋକେ ବୁଝିପାରି ମାଓବାଦୀଙ୍କ ହାତ ଛାଡ଼ି ସରକାର, ଜିଲ୍ଲା ପ୍ରଶାସନ ତଥା ପୁଲିସ ପ୍ରଶାସନ ର ବିଶ୍ୱାସ ଭାଜନ ହେବାରେ ସଫଳ ହୋଇଛନ୍ତି । ଫଳତଃ ସ୍ୱାଭିମାନ ଅଞ୍ଚଳରେ ବିକାଶର ଧାରା ଧୀରେ ଧୀରେ ବୋହି ଅଞ୍ଚଳକୁ ବିକଶିତ କରି ଚାଲିଛି l ଓଡିଶା ପୁଲିସ ସହାୟତାରେ ମାଲକାନଗିରି ଜିଲ୍ଲା ପ୍ରଶାସନ ଏବଂ ପୁଲିସ ପ୍ରଶାସନଙ୍କ ନିର୍ଦ୍ଦେଶକ୍ରମେ ଚିତ୍ରକୋଣ୍ଡା ଏସଡ଼ିପିଓ ଅଂଶୁମାନ ଦ୍ଵିବେଦୀ ଙ୍କ ନେତୃତ୍ୱରେ ମାଲକାନଗିରି ଜିଲ୍ଲା, ଚିତ୍ରକୋଣ୍ଡା ସ୍ୱାଭିମାନ ଅଞ୍ଚଳ ଯୋଡ଼ାମ୍ବ ଥାନା ଆନୁକୂଲ୍ୟରେ ଏବଂ ଯୋଡ଼ାମ୍ବ ଥାନା ଅଧିକାରୀ ଅନିଲ କୁମାର ପରିଡା ଙ୍କ ପରିଚାଳନା ରେ ମାଲକାନଗିରି ଆଡିସିନାଲ ଏସପି ମନୋଜ ସିଙ୍ଗ, ମାଲକାନଗିରି ଇନସ୍ପେକ୍ଟର ହିମାଂଶୁ ବିଶୋଇ ଏବଂ ସ୍ଥାନୀୟ ଅଣ୍ଡିରାପାଲି, ପଣଷପୁଟ ଓ ଯୋଡ଼ାମ୍ବ ପଞ୍ଚାୟତ ର ସରପଞ୍ଚ ଏବଂ ସମିତି ସଭ୍ୟ ଙ୍କ ଉପସ୍ଥିତିରେ ଅଣ୍ଡିରାପାଲି ପଞ୍ଚାୟତ ଅନ୍ତର୍ଭୁକ୍ତ ଅରାପଦର ଗ୍ରାମ ଠାରେ ସ୍ୱାଭିମାନ ଅଞ୍ଚଳ ର ଆଖ ପାଖ ପାଞ୍ଚ ଗୋଟି ପଞ୍ଚାୟତ ଯଥା ଯୋଡ଼ାମ୍ବ, ପଣଷପୁଟ, ଗାଜୁଲୁମାମୁଡ଼ି, ଅଣ୍ଡିରାପାଲି ଓ ଯନ୍ତ୍ରୀ ଗ୍ରାମ ପଞ୍ଚାୟତ ଅନ୍ତର୍ଭୁକ୍ତ ହଜାର ହଜାର ଜନସାଧାରଣ ଙ୍କୁ ନେଇ ଏକ ଵିଶାଳ ଜନ ସମ୍ପର୍କ ଶିବିର ଅନୁଷ୍ଠିତ ହୋଇଅଛି l ଉକ୍ତ ବିଶାଳ ଜନ ସମ୍ପର୍କ ମାଧ୍ୟମରେ ଜନସାଧାରଣ ନିମନ୍ତେ ମାଗଣା ସ୍ୱାସ୍ଥ୍ୟ ଶିବରରେ ଚିକିତ୍ସା ନିମନ୍ତେ ସ୍ୱାସ୍ଥ୍ୟ ପରୀକ୍ଷା ସହ ଔଷଧ ପ୍ରଦାନ, ଯୁବ ଗୋଷ୍ଠୀ ଙ୍କ ନିମନ୍ତେ ଖେଳ ଉପକରଣ କିଟ ଯଥା ଭଲି,ଫୁଟବଲ ଓ କ୍ରିକେଟ ନିମନ୍ତେ ଖେଳ କିଟ ଉପକରଣ ପ୍ରଦାନ,ସେଇଭଳି କଳା ସଂସ୍କୃତି କୁ ବଜାଇ ରଖିବାକୁ ଗାଁ ଗାଁ କୁ ବାଦ୍ୟ ଯନ୍ତ୍ର ପ୍ରଦାନ, ଛୋଟ ପିଲାମାନଙ୍କୁ ପାଠ୍ୟ ଉପକରଣ ପ୍ରଦାନ, ବୟସ୍କ ବୃଦ୍ଧା ଓ ବୃଦ୍ଧି ମାନଙ୍କୁ ଛତା,କମଳ ଓ ଜୋତା ଇତ୍ୟାଦି ପ୍ରଦାନ,ଏବଂମହିଳା ମାନଙ୍କୁ ଶାଢ଼ୀ ଓ କପଡ଼ା ପ୍ରଦାନ କରାଯିବା ସହିତ ସମସ୍ତ ଜନସାଧାରଣ ଙ୍କୁ ବିଭିର୍ନ ସାମଗ୍ରୀ ପ୍ରଦାନ କରାଯାଇଥିଲା l ସ୍ୱାସ୍ଥ୍ୟ ଶିବିର ରେ ଛ ଶହ ଅଶି ଜଣଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇ ଔଷଧ ପ୍ରଦାନ କରାଯାଇଥିବା ବେଳେ ଉକ୍ତ ଜନ ସମ୍ପର୍କ କାର୍ଯ୍ୟକ୍ରମ ରେ ତିନି ହଜାର ରୁ ଉର୍ଦ୍ଧ ଜନସାଧାରଣ ଯୋଗ ଦେଇଥିଲେ l