ରାଜଧାନୀରେ ଡ୍ରାଇଭରଙ୍କ ଆନ୍ଦୋଳନ ପ୍ରସଙ୍ଗ : ଲେଖାଶ୍ରୀ ସାମନ୍ତସିଂହାରଙ୍କ ସାମ୍ବାଦିକ ସମ୍ମିଳନୀ

add-all

ଭୁବନେଶ୍ୱର: ରାଜଧାନୀରେ ଡ୍ରାଇଭରଙ୍କ ଆନ୍ଦୋଳନ ଆଉ ଆତଙ୍କରାଜ ସରକାର ପ୍ରୟୋଜିତ। ସରକାର ଡାହାଣୀ ହୋଇ ଲାଗୁଛନ୍ତି ଆଉ ଗୁଣିଆ ହୋଇ ଛଡାଉଛନ୍ତି। ୨ ବର୍ଷ ପୁର୍ବରୁ ସେମାନଙ୍କୁ ଏକାଠି କରିବାକୁ ଯୋଜନା ହୋଇଥିଲା। ସେମାନଙ୍କୁ ଡ୍ରେସ କୋଡ୍ ଆଉ ଲୋଗୋ କିଏ ଦେଲା ବୋଲି ସାମ୍ବାଦିକ ସମ୍ମିଳନୀ କରି ଅଭିଯୋଗ ଆଣିଲେ ବିଜେପି ସାଧାରଣ ସଂପାଦିକା ଲେଖାଶ୍ରୀ ସାମନ୍ତସିଂହାର।

ସେ ଆହୁରୀ ମଧ୍ୟ କହିଛନ୍ତି ଯେ, ଡ୍ରାଇଭରଙ୍କ ଆନ୍ଦୋଳନ ସମୟରେ ଅନେକ ପ୍ରକାର ଘଟଣା ଘଟିଛି । ଖାସ୍‌ କରି ପୋଲିସ ନିୟନ୍ତ୍ରଣ କରିବାରେ ବିଫଳ ହେଲା । ଗୁଇନ୍ଦା ବିଭାଗ ୧୬ ତାରିଖରେ ଚିଠିରେ ସ୍ପଷ୍ଟ ଭାବେ ସୂଚନା ଦେଇଛନ୍ତି କି ୪୦ ହଜାରରୁ ଉର୍ଦ୍ଧ୍ବ ଡ୍ରାଇଭର ଧାରଣା ଦେବେ। ଏମିତିକି ସେମାନେ କୌଣସି ବି ବେଆଇନ କାର୍ଯ୍ୟକଳାପ କରି ପାରନ୍ତି । ତେଣୁ ସେମାନଙ୍କୁ ନିୟନ୍ତ୍ରଣ କରିବାକୁ ବରିଷ୍ଠ ପୋଲିସ ଅଧିକାରୀଙ୍କୁ ସୂଚନା ଦେଇଥିଲା ଗୁଇନ୍ଦା ବିଭାଗ । ଏବେ ପୋଲିସ ଆଉ ଗୁଇନ୍ଦା ବିଭାଗ ଦୋଷ ଠେଲାଠେଲି ହେଉଛନ୍ତି। ଅନ୍ଦୋଳନ ପାଇଁ କିଏ ପ୍ରୋତ୍ସାହନ ଦେଇଥିଲା। ଏତେ ସଂଖ୍ୟାରେ ଏକାଠି ହୋଇ ଆନ୍ଦୋଳନ ପାଇଁ ଅନୁମତି କିଏ ଦେଇଥିଲା। ଘଟଣା ଘଟୁଥିବା ବେଳେ ପୋଳିସ ଚୁପ୍ ରହିବାକୁ କିଏ ନିର୍ଦ୍ଦେଶ ଦେଇଥିଲା।

ପୁର୍ବରୁ ବିଭିନ୍ନ ପ୍ରସଂଗରେ ରାଜନୈତିକ ଦଳ ଏବଂ କୃଷକମାନଙ୍କ ଆନ୍ଦୋଳନରେ ପୋଲିସ ଦମନଲୀଳା ଦେଖିଥିଲେ। ବିଜେପି ମହିଳା ମାନଙ୍କୁ ପୋଲିସ ବ୍ୟବହାର ସାରା ରାଜ୍ୟବାସୀ ଦେଖିଛନ୍ତି। ଏଠି ପୋଲିସ ଜାଣିଶୁଣି ନିୟନ୍ତ୍ରଣ କଲେ ନାହିଁ ଏବେ ସେମାନଙ୍କ ବିରୋଧରେ ମାମଲାର ବାହାନ କରୁଛନ୍ତି। ପ୍ରକୃତରେ ଡ୍ରାଇଭରମାନେ ନିଜ ଦାବୀ ଗୁଡ଼ିକ ପୁରଣ ହେବାରେ ବାଧା ସାଜିଛନ୍ତି ରାଜ୍ୟ ସରକାର। ଏହି ଦାବୀ ଗୁଡ଼ିକ ପାଇଁ କେନ୍ଦ୍ର ସରକାର ବିଭିନ୍ନ ଯୋଜନା କରିଛନ୍ତି। ପ୍ରଧାନମନ୍ତ୍ରୀ ସୁରକ୍ଷା ବୀମା ଯୋଜନା, ପ୍ରଧାନମନ୍ତ୍ରୀ ପେନସନ ଯୋଜାନା, ଆବାସ ଯୋଜନା, ବେଟି ବଚାଓ ଓ ବେଟି ପଢାଓ ଯୋଜନାରେ ଡ୍ରାଇଭର ମାନେ ଅନ୍ତର୍ଭୁକ୍ତ ହେଲେ ସେମାନଙ୍କର ସମସ୍ତ ଦାବୀ ପୂରଣ ହୋଇଯିବ। ହେଲେ ରାଜ୍ୟ ସରକାର କାହିଁକି ସେମାନଙ୍କୁ ସାମିଲ କରୁ ନାହାନ୍ତି ବୋଲି ପ୍ରଶ୍ନ କଲା ବିଜେପି। କେନ୍ଦ୍ର ଭଣ୍ଡାର ଖୋଲି ବସିଛନ୍ତି, ହେଲେ ଅସହିଷ୍ଣୁ ରାଜ୍ୟ ସରକାରଙ୍କ ପାଇଁ ଡ୍ରାଇଭରମାନେ ଲାଭ ପାଉନାହାନ୍ତି।

ad-week
Leave A Reply

Your email address will not be published.