ସୌମ୍ୟ ଆତ୍ମହତ୍ୟା ଘଟଣା: ସୋନାଲି ଓ ତାଙ୍କ ମାଆଙ୍କ ନାଁରେ ମାମଲା

add-all

ଭୁବନେଶ୍ୱର: ମଡେଲ୍‍ ସୌମ୍ୟରଞ୍ଜନ ପାଣିଗ୍ରାହୀ ଆତ୍ମହତ୍ୟା ମାମଲା ନେଇଛି ନୂଆମୋଡ଼। ଅଢ଼େଇ ମାସ ପରେ ସୌମ୍ୟଙ୍କ ପ୍ରେମିକା ସୋନାଲି ନନ୍ଦ ଏବଂ ତାଙ୍କ ମାଆଙ୍କ ବିରୋଧରେ ମାମଲା ରୁଜୁ କରିଛି ଇନ୍‍ଫୋସିଟି ଥାନା ପୁଲିସ। ଏଥିରେ ପୁଲିସର ଦଫା ୩୦୬ ଏବଂ ୩୪ରେ ମାମଲା ରୁଜୁକରି ତଦନ୍ତ କରୁଛି।

ସୌମ୍ୟଙ୍କ ଭଉଣୀଙ୍କ ଅଭିଯୋଗ ଅନୁଯାୟୀ ଗତ ଜାନୁଆରୀ ୩୦ ତାରିଖ ରାତିରେ ସୌମ୍ୟରଞ୍ଜନ ଆତ୍ମହତ୍ୟା କରିଥିଲେ। ଆତ୍ମହତ୍ୟା ପୂର୍ବରୁ ସେ ଏକ ହାତଲେଖା ଚିଠି ଛାଡ଼ି ଯାଇଥିଲେ। ଯେଉଁଥିରେ କି ତାଙ୍କ ଆତ୍ମହତ୍ୟା ଲାଗି ତାଙ୍କ ପ୍ରେମିକା ସୋନାଲିଙ୍କୁ ଦାୟୀ କରିଥିଲେ। ଉଭୟଙ୍କ ମଧ୍ୟରେ ବିବାହ ସ୍ଥିର ହୋଇଥିବା ବେଳେ ସୋନାଲି ବହୁବାର ସୌମ୍ୟଙ୍କ ପରିବାର ସହ ରହୁଥିଲେ। କିନ୍ତୁ ତାଙ୍କ ପରିବାର ଲୋକେ ବିବାହ କରିବା ଆଳରେ ଦିନ ଗଡ଼ାଇ ଚାଲିଥିଲେ।

ad-week
Leave A Reply

Your email address will not be published.