ସ୍କୁଲ ବସକୁ ୪ ଲକ୍ଷ ଟଙ୍କା ଜୋରିମାନା

add-all

କୋରାପୁଟ: ସ୍କୁଲ ବସକୁ ୪ ଲକ୍ଷ ଟଙ୍କା ଜୋରିମାନା । ସେମିଳିଗୁଡା ସହରର ନେତାଜୀ ଇଂରାଜୀ ମାଧ୍ୟମିକ ସ୍କୁଲର ଏକ ବସକୁ ଏହି ଫାଇନ କରାଯାଇଛି। ୨୦୧୮ ଏପ୍ରିଲ ମାସ ଠାରୁ ବସର ଟ୍ୟାକ୍ସ ସହ ଫିଟନେସ ଓ ପରମିଟ ନଥିବାରୁ ଏହି ଜରିମାନା କରାଯାଇଛି।କୋରାପୁଟ ଆଂଚଳିକ ପରିବହନ ବିଭାଗ ପକ୍ଷରୁ ଏହି ଜରିମାନା କରାଯାଇଛି। ପରିବହନ ବିଭାଗର ନିର୍ଦେଶକ୍ରମେ ବୁଧବାର ଠାରୁ ସ୍କୁଲ ବସ୍ ଚେକିଂ କରାଯାଉଛି।

୨୭ ତାରିଖ ଯାଏ ଚାଲିବ ଏହି ସ୍ପେଶାଲ ଡ୍ରାଇଭ୍। ବସର ଫିଟ୍ ନେସ, ପଲ୍ୟୁସନ, ଇନ୍ୟୁସନାସ, ଓ ପରିମିଟର ହେବ ଯାଞ୍ଚ। ନିୟମ ଖିଲାପକାରୀଙ୍କ ଉପରେ କଡା କାର୍ଯାନୁଷ୍ଠାନ ନେବାକୁ ପରିବହନ କମିଶନର ଅରୁଣବ୍ରୋଥା ନିର୍ଦେଶ ଦିଆଯାଇଛି। ସେହି ଅନୁଯାୟୀ ବୁଧବାର ପ୍ରଥମ ଦିନରେ କୋରାପୁଟ ସେମିଳିଗୁଡା ସହରର ନେତାଜୀ ଇଂରାଜୀ ମାଧ୍ୟମିକ ସ୍କୁଲ ବସ୍ ଯାଞ୍ଚ କରାଯାଇଥିଲା। ଟ୍ୟାକ୍ସ ପରମିଟ ଓ ଇନ୍ୟୁସରାନ୍ସ ବାବଦକୁ ୪ ଲକ୍ଷ ଟଙ୍କା ପରିବହନ ବିଭାଗର ଟ୍ରାଫିକ ଇନ୍ସପେକ୍ଟର ରାଜା ନାରାୟଣ ସ୍ୱାଇଁ ଜରିମାନା କରିଥିଲେ।

ad-week
Leave A Reply

Your email address will not be published.