ମାଟିତଳୁ ସିମେଣ୍ଟ ବସ୍ତାରୁ ମିଳିଲା ୩୨ଲକ୍ଷ ଚୋରି ଟଙ୍କା

add-all

ସମ୍ବଲପୁର: ହୋଟେଲ୍ ଶୀଲା ଟାୱାର୍‌ରୁ ଚୋରି ହୋଇଥିବା ୩୯ ଲକ୍ଷ ଟଙ୍କା ଦେବଗଡ଼ ଜିଲ୍ଲା ରିଆମାଳ ଥାନା ଗୁଣ୍ଡିଆପାଲି ପଂଚାୟତ ଅନ୍ତର୍ଗତ ବନାକାଲ ଗାଁର ମାଟି ତଳୁ ଏକ ସିମେଣ୍ଟ ବସ୍ତାରୁ ଟଙ୍କା ଭର୍ତ୍ତି ବ୍ୟାଗ ଜବତ ହୋଇଛି । ଏହାସହିତ ଘଟଣାରେ ହୋଟେଲର ଜଣେ ପୂର୍ବତନ କର୍ମଚାରୀଙ୍କ ସହ ବର୍ତ୍ତମାନ ଥିବା ୩ ଜଣ କର୍ମଚାରୀଙ୍କୁ ପୋଲିସ ଗିରଫ କରିଛି ।

ଗିରଫ ହୋଇଥିବା ଚାରି ଅଭିଯୁକ୍ତଙ୍କ ମଧ୍ୟରେ ମୁଖ୍ୟ ଅଭିଯୁକ୍ତ ରାକେଶ(ପୂର୍ବତନ କର୍ମଚାରୀ) ବର୍ତ୍ତମାନର କର୍ମଚାରୀ ମାନସ ପ୍ରଧାନ(ରୋଷେୟା), ଯୋଗେଶ୍ୱର ବେହେରା ଓ ଗୋବିନ୍ଦ ମଲ୍ଲିକ ରହିଛନ୍ତି |

ଖବର ଅନୁଯାୟୀ, ଗତ ୧୫ ତାରିଖ ଦିନ ସମ୍ବଲପୁର ଭିଏସ୍‌ଏସ୍ ମାର୍ଗରେ ଥିବା ହୋଟେଲ୍ ଶୀଲା ଟାୱାର୍‌ର କ୍ୟାସ୍‌ କାଉଣ୍ଟର୍‌ରୁ ନଗଦ ୩୯ ଲକ୍ଷ ଟଙ୍କା ଚୋରି ହୋଇଥିଲା। ତଦନ୍ତ ସମୟରେ ହୋଟେଲରେ କାର୍ଯ୍ୟ କରୁଥିବା ଡିଲେଶ୍ବର ବେହେରାଙ୍କ ଉପରେ ସନ୍ଦେହ କରିଥିଲା ଧନୁପାଲି ଥାନା ପୋଲିସ । ଡିଲେଶ୍ବରଙ୍କୁ ପଚରାଉଚୁରା ବେଳେ ସେ ଟଙ୍କା ନେଇ ନିଜର ଗାଁ ମାଟି ତଳେ ପୋତି ଲୁଚାଇ ରଖିଥିବା ସ୍ବୀକାର କରିଥିଲା।

ଧନୁପାଲି ଥାନା ପୋଲିସ ସହିତ ରିଆମାଳ ଥାନା ପୋଲିସ ସହାୟତାରେ ବନାକାଲ ଗାଁର ରାକେଶ ବେହେରାଙ୍କ ଘରେ ଚଢ଼ଉ କରି ଚୋରି ହୋଇଥିବା ୩୯ ଲକ୍ଷରୁ ୩୨ ଲକ୍ଷ ଟଙ୍କା ଉଦ୍ଧାର କରିଥିଲା । ଶୀଲା ଟାୱାର୍‌ରେ କାମ କରୁଥିବା ରାକେଶ ଚୋରି ଟଙ୍କାକୁ ଏକ ବସ୍ତାରେ ପୂରାଇ ନିଜ ଘର ନିକଟରେ ମାଟି ତଳେ ପୋତି ଦେଇଥିଲା। ରାକେଶଙ୍କୁ ପଚରାଉଚୁରା କରିବା ପରେ ଅନ୍ୟ ଅଭିଯୁକ୍ତଙ୍କ ବାବଦରେ ପୁଲିସ ଜାଣିପାରିଥିଲା ।

ad-week
Leave A Reply

Your email address will not be published.