ଘରେ ରୋଷେଇ କରୁଥିବା ବେଳେ ନିଆଁ ଲାଗି ଜଣେ ବିବାହିତ ମହିଳା ଗୁରୁତର…

add-all

ରାଉରକେଲା : (ବସନ୍ତ କୁମାର ଜେନା); ବଣାଇଁଗଡ ସହରସ୍ଥିତ କଲେଜ ପଛପଟ ସାହିରେ ଜଣେ ବିବାହିତା ମହିଳାଙ୍କ ଦେହରେ ନିଆଁ ଲାଗି ଗୁରୁତର ହୋଇଥିବା ଜଣାପଡିଛି। ଘଟଣାରୁ ପ୍ରକାଶ ଯେ ଆଜି ସକାଳେ ଉକ୍ତ ମହିଳା ସଞୁଲତା ବାରିକ (୩୫)ଘରେ ରୋଷେଇ କରୁଥିବା ବେଳେ କୌଣସି କାରଣ ବଶତ ପିନ୍ଧିଥିବା ଲୁଗାରେ ନିଆଁ ଲାଗିଯାଇ ସେ ଗୁରୁତର ହୋଇ ଥିବା ପରିବାର ଲୋକେ କହୁଥିବା ବେଳେ ନିଆଁ କେମିତି ଲାଗିଲା ତଦନ୍ତ ପରେ ଜଣା ପଡିବ ବୋଲି ବଣେଇ ଥାନା ଅଧିକାରୀ ସୂଚନା ଦେଇଛନ୍ତି। ପିଡିତାଙ୍କୁ ବଣାଇଁ ଉପଖଣ୍ଡ ଚିକିତ୍ସାଳୟ କୁ ଚିକିତ୍ସା ପାଇଁ ଭର୍ତ୍ତି କରିଥିବା ବେଳେ ତାଙ୍କର ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ଅଧିକ ଚିକିତ୍ସା ପାଇଁ ରାଉରକେଲା ଡାକ୍ତରଖାନାକୁ ପଠାଇଥିବା ଜଣାପଡିଛି। ବଣାଇଁ ଥାନା ଅଧିକାରୀ ରଞ୍ଜନ କୁମାର ନାୟକ ଘଟଣା କୁ ଅନୁଧ୍ୟାନ କରୁଥିବା ଜଣା ପଡ଼ିଛି।

ad-week
Leave A Reply

Your email address will not be published.