ବଣେଇ ଅବକାରୀ ବିଭାଗର ଚଢାଉ : ଅଟୋ ସହିତ ୧୫୦ ଲିଟର ମଦ ଜବତ ଓ ଗାଡି ଚାଳକ ଗିରଫ…

add-all

ରାଉରକେଲା :(ବସନ୍ତ କୁମାର ଜେନା); ବଣାଇ ଅବକାରୀ ବିଭାଗର ସୁପରିଣ୍ଟେଣ୍ଡେଣ୍ଟ ଆସିଫ୍ ଅଲ୍ଲୀଙ୍କ ନିର୍ଦ୍ଦେଶ କ୍ରମେ ବଣାଇଁ ଅବକାରୀ ବିଭାଗ ପକ୍ଷରୁ ଅତର୍କିତ ଚଢାଉ କରି ଦେଶୀ ମହୁଲି ମଦ ୧୫୦ ଲିଟର ଜବତ କରିବା ସହିତ ଅଟୋ ସହିତ ଚାଳକ ଗିରଫ ହୋଇଥିବା ଜଣାପଡିଛି ।ଘଟଣାରୁ ପ୍ରକାଶ ଯେ ଆଜି ସକାଳେ କରଡାକୁଦର ଗ୍ରାମରୁ ଏକ ଅଟୋ ଓଆର ୧୪ ଏକ୍ସ ୧୫୬୧ ନମ୍ବର ଯୋଗେ ଦେଶୀ ମହୁଲି ମଦ ଟିୟୁ ସାହାଯ୍ୟରେ ନେଇ ବଣାଇଁ ଆଡକୁ ଆସୁଥିବା ବେଳେ ବିଶେଷ ସୂତ୍ରରୁ ଖବର ପାଇ ଲଲେଇ ପୋଲ ପାର ହୋଇ ବଣାଇଁ ଆଡକୁ ଆସୁଥିବା ବେଳେ ବଣାଇଁ ଅବକାରୀ ବିଭାଗର ଅତର୍କିତ ଚଢାଉ କରି ଅଟୋ ଚାଳକ ଗିରିଧାରୀ ଭୁମିଜକୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି। ଏହି ଚଢାଉରେ ଅବକାରୀ ବିଭାଗର ଅଧିକାରୀ  ସବଇନ୍ସପେକ୍ଟର ଶ୍ରୀକାନ୍ତ ପଟ୍ଟନାୟକ, ଏଏସଆଇ ଅବଦୁଲ ଅନୱର, ଉଗ୍ରସେନ ବେହେରା, ପଞ୍ଚାନନ ଜେନା, ଘନଶ୍ୟାମ ମାହାନ୍ତ, କୁମାରୀ ପ୍ରଧାନ, ବିମ୍ବାଧର ସାହୁ, ବିକାଶ ରଞ୍ଜନ ମାହାନ୍ତ, ହେମ ମଞରୀ ବିଶ୍ବାଳ ସ୍ଵୟମ ସୁଧା ସାହୁ ପ୍ରମୁଖ ସାମିଲ ହୋଇଥିଲେ।
 

ad-week
Leave A Reply

Your email address will not be published.