ହାଇକୋର୍ଟରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ମାମଲା: ସମୟ ନେଲା ASI

add-all

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଓ ବେଆଇନ ଖନନ ଅଭିଯୋଗ ମାମଲାକୁ ନେଇ ହାଇକୋର୍ଟରେ ଆଜି ଶୁଣାଣି ହୋଇଛି। ମିଳିତ ପରିଦର୍ଶନ କରି ରିପୋର୍ଟ ଦେବାକୁ ହାଇକୋର୍ଟ ପୁନଃ ନିର୍ଦ୍ଦେଶ ଦେଇଛନ୍ତି। ତେବେ ବିସ୍ତୃତ ତଥ୍ୟ ରଖିବା ପାଇଁ ASI ହାଇକୋର୍ଟରେ ସମୟ ନେଇଛନ୍ତି।

ମାମଲାରେ ଏକ ଇଣ୍ଟରଭେନିଂ ପିଟିସନ ମଧ୍ୟ ହାଇକୋର୍ଟରେ ଦାୟର ହୋଇଛି।

ବେଆଇନ ଖନନ ନେଇ ଦିଲ୍ଲୀପ ବରାଳଙ୍କ ପକ୍ଷରୁ ମାମଲା ହୋଇଛି। ମେ’ ୧୬ରେ ମାମଲାର ପରବର୍ତ୍ତୀ ଶୁଣାଣି ନେଇ ଦିନ ଧାର୍ଯ୍ୟ କରାଯାଇଛି।

ସୂଚନାଥାଉ କି, କିଛି ଦିନ ପୂର୍ବେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଡିଜାଇନ୍ ବଦଳାଇବାକୁ ନେଇ ବିବାଦ ମୁଣ୍ଡ ଟେକିଥିଲା। ଏହାପରେ ପ୍ରକଳ୍ପ ଢାଞ୍ଚାରେ ପରିବର୍ତ୍ତନ କରାଯାଇଥିବା ଚର୍ଚ୍ଚା ହେଉଛି।ପୁରୁଣା ଫଳକ ହଟାଇ ତା ସ୍ଥାନରେ ମେଲ୍ ଟଏଲେଟ୍, ଫିମେଲ୍ ଟଏଲେଟ୍ ଲେଖାଥିବା ବୋର୍ଡ ଲଗାଯିବା ପରେ ଏହାକୁ ନେଇ ପ୍ରଶ୍ନ ଉଠିଛି। ତେବେ ପ୍ରକଳ୍ପ ବନ୍ଦ ପାଇଁ ହାଇକୋର୍ଟରେ ଆବେଦନ କରାଯାଇଥିଲା।

ad-week
Leave A Reply

Your email address will not be published.