ଛତ୍ରପୁରରେ ଏନଫୋର୍ସମେଣ୍ଟ ଟିମର ତଦାରଖ

add-all

ଛତ୍ରପୁର : ଗଞ୍ଜାମ ଜିଲ୍ଲାର ସଦର ମହକୁମା ଛତ୍ରପୁର ଏନଏସିକୁ ସ୍ୱଚ୍ଛ ଓ ସୁନ୍ଦର କରିବା ପାଇଁ ଗଞ୍ଜାମ ଜିଲ୍ଲା ପ୍ରଶାସନ ଓ ଛତ୍ରପୁର ଏନଏସିି ପ୍ରଶାସନ ପକ୍ଷରୁ ବହୁ କାର୍ଯ୍ୟକ୍ରମ କରାଯାଉଛି । ଛତ୍ରପୁର ଏନଏସିରେ ଥିବା ସମସ୍ତ ଦୋକାନୀ ମାନେ ନିଜ ଦୋକାନର ୫ ମିଟର ବ୍ୟବଧାନକୁ ନିଜେ ସଫେଇ କରିବା ପାଇଁ ଗଞ୍ଜାମ ଜିଲ୍ଲାପାଳ ପୂର୍ବରୁ ନିର୍ଦ୍ଦେଶ ଦେଇଥିଲେ । ତେବେ ଆଜି ଛତ୍ରପୁର ଏନଏସି କାର୍ଯ୍ୟ ନିର୍ବାହୀ ଅଧିକାରୀ ଏନ୍‌. ଗଣେଷ ବାବୁଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ଛତ୍ରପୁର ଏନଏସିର ଏକ ଏନଫୋର୍ସମେଣ୍ଟ ଟିମ ସହରର ଦୋକାନ କୁ ଦୋକାନ ବୁଲି ଏହାର କଡାକଡି ପାଳନ କରାଯାଉଛି କି ନାହିଁ ତାହାର ତଦାରଖ କରିବା ସହିତ ଦୋକାନୀ ମାନଙ୍କୁ ସଚେତନ କରିଥିଲେ । ଏହି ଟିମ୍ ରେ ଛତ୍ରପୁର ଏନଏସିର ପରିମଳ ନିରୀକ୍ଷକ ଗୌରହରି ପଣ୍ଡା, ଟ୍ୟାକ୍ସ କଲେକ୍ଟର ଆନନ୍ଦ ବାବୁ, ଗିରିଷ ପାତ୍ର ଓ ସିଏମଏମୟୁ ମ୍ୟାନେଜର ଶ୍ରୀମନ୍ତ ପାତ୍ର ଙ୍କ ସମେତ ବହୁ କର୍ମଚାରୀ ସାମିଲ ଥିଲେ ।

ad-week
Leave A Reply

Your email address will not be published.