କରୋନା ନିୟମ ପାଳନ କଲେ ସଂକ୍ରମଣକୁ ରୋକିପାରିବା: ସ୍ୱାସ୍ଥ୍ୟ ନିର୍ଦେଶକ

add-all

ଭୁବନେଶ୍ବର: କୋଭିଡ ସଂକ୍ରମଣକୁ ନେଇ ପୁଣି ଲୋକଙ୍କୁ ସତର୍କ ରହିବାକୁ ସ୍ୱାସ୍ଥ୍ୟ ନିର୍ଦେଶକ ଡାକ୍ତର ବିଜୟ ମହାପାତ୍ର ପରାମର୍ଶ ଦେଇଛନ୍ତି। ସେ କହିଛନ୍ତି, ଯେହେତୁ ଦେଶରେ ସଂକ୍ରମଣ ବଢ଼ୁଛି, ରାଜ୍ୟରେ ସଂକ୍ରମଣ ନ ବଢ଼ିବ ବୋଲି କହିହେବନି। ସତର୍କ ରହିବାକୁ ହେବ। ଆମର କେମିତି ନ ବଢ଼ିବ, ଯଦି ବଢ଼ିବ କିଭଳି ଆୟତ୍ତ କରାଯିବ, ତାକୁ ଗୁରୁତ୍ୱ ଦିଆଯାଇଛି।

ଆଜି ରାଜ୍ୟରେ ମାତ୍ର ୧୧ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି। ରାଜ୍ୟର ସ୍ଥିତି ଭଲ ଅଛି।
ରାଜ୍ୟର ସ୍ୱାସ୍ଥ୍ୟ ଭିତ୍ତିଭୂମି ପ୍ରସ୍ତୁତ ଅଛି। ସରକାର ବାରମ୍ବାର କହୁଛନ୍ତି, ଯଦି ଆବଶ୍ୟକ ପଡ଼ିବ, ସଙ୍ଗେସଙ୍ଗେ ସ୍ୱାସ୍ଥ୍ୟ ଭିତ୍ତିଭୂମି ବଢ଼ାଯିବ। ରାଜ୍ୟରେ ଔଷଧ ଓ ଅକ୍ସିଜେନ ବିପୁଳ ପରିମାଣରେ ମହଜୁଦ ଅଛି।
ସ୍ୱାସ୍ଥ୍ୟ ନିର୍ଦେଶକ ଆହୁରି କହିଛନ୍ତି, କରୋନା ରୋକିବା ପାଇଁ ମାସ୍କ ବେଶ ଗୁରୁତ୍ୱପୂର୍ଣ୍ଣ। ଭିଡ଼ଠୁ ଦୂରେଇ ରହିବା ଦରକାର। ଅଲଗା ରାଜ୍ୟରେ ଯେହେତୁ ସଂକ୍ରମଣ ବଢ଼ୁଛି, ଆମକୁ ସତର୍କ ରହିବାକୁ ପଡ଼ିବ। ଯଦି ଆମେ ସବୁ ନିୟମ ପାଳନ କରିବା, ସଂକ୍ରମଣକୁ ରୋକିପାରିବା। ଦିଲ୍ଲୀ ଓ ପଞ୍ଜାବରେ ସଂକ୍ରମଣ ହାର ବଢିବା ପରେ ସେଠାରେ ମାସ୍କକୁ ବାଧ୍ୟତାମୂଳକ କରଯାଇଛି।

ad-week
Leave A Reply

Your email address will not be published.