ବଜ୍ରକାପ୍ତା କାତି ଜବତ : ଜଣେ କୋର୍ଟ ଚାଲାଣ

add-all

ଚିକିଟି : ଦିଗପହଣ୍ଡି ବନାଞ୍ଚଳ ଚିକିଟି ବ୍ଲକ ରାମଚନ୍ଦ୍ର ପୁର ପଞ୍ଚାୟତ ରାମଗୁଡ଼ା ରୁ ୬ କେଜି ୮୦୦ ଗ୍ରାମ ବଜ୍ରକାପ୍ତା କାତି ସ୍ୱତନ୍ତ୍ର ଟାସ୍କ ଫୋର୍ସ ଟିମ ବୁଧବାର ରାତ୍ରି ପ୍ରାୟ ୮ଟା ବେଳେ ଅଚାନକ ଚଢ଼ାଉ କରି ଜବତ କରିଥିଲେ । ଗୁଇନ୍ଦା ବିଭାଗ ସୁଚନା ପ୍ରକାରେ ୩ ଜଣିଆ ଟିମ ଦିଗପହଣ୍ଡି ରେଞ୍ଜ କର୍ମଚାରୀ ଙ୍କ ସହ ଏ ଚଢ଼ାଉ କରିଥିଲେ।କିଛି ଦିନ ହେଲା ସ୍ଥାନୀୟ ବନାଞ୍ଚଳ ରୁ କିଛି ବେପାରୀ ଙ୍କ ଠାରୁ ସଂଗ୍ରହ କରି ବିକ୍ରି ପାଇଁ ଘରେ ଗଚ୍ଛିତ କରି ରଖିଥିଲେ ରାମଗୁଡ଼ା ଗ୍ରାମର ପ୍ରଫୁଲ୍ଲ ମଳିକ (୫୧) | ଛୋଟ ବଡ ମିଶି ମୋଟ ୬ କେଜି ୮୦୦ ଗ୍ରାମ ଜବତ ହୋଇଥିବା ବେଳେ ଏହାର ଚେର କେଉଁ ଯାଏଁ ଲମ୍ବିଛି ତାକୁ ନେଇ ପ୍ରଶ୍ନ ଉଠିଛି। ପ୍ରଫୁଲ କୁ ଗିରଫ କରି ବନ୍ୟପ୍ରାଣୀ ଆଇନ ଅନୁଯାୟୀ କୋର୍ଟ ଚାଲାଣ କରାଯାଇଥିବା ଚିକିଟି ଫରେଷ୍ଟର ପ୍ରଶାନ୍ତ କୁମାର ରେଡ଼ି ସୂଚନା ଦେଇଛନ୍ତି । ତେବେ ଏସ ଟି ଏଫ ଟିମ ଚିକିଟି ବନ ବିଭାଗ କାର୍ଯ୍ୟାଳୟ ଠାରୁ ମାତ୍ର ୨ କିମି ଦୂରତ୍ୱ ରୁ ଏ ସବୁ ଜବତ କରିଥିବା ବେଳେ ବିଭାଗ କିପରି ଜାଣି ପାରିଲା ନାହିଁ ତାକୁ ନେଇ ପ୍ରଶ୍ନ ଉଠିବା ସ୍ଵାଭାବିକ।ଅନ୍ୟ ପକ୍ଷରେ ସାମନ୍ତିଆପଲ୍ଲୀ ବନାଞ୍ଚଳ ତିତି ଗାଁରୁ ବିପୁଳ ପରିମାଣର କାଠ, ଚିତା ବାଘ ଛାଲ, ହରିଣ ସିଙ୍ଗ, ବାଘ ନଖ, ବାଘ ଦାନ୍ତ ଇତ୍ୟାଦି ମଧ୍ୟ ଜବତ ହୋଇଥିଲା । ଏ ସବୁର ଏକ ରାକେଟ ରହିଥିବା ବେଳେ ଆନ୍ଧ୍ରପ୍ରଦେଶ ଭିଲିଙ୍ଗୀ ମୁଖ୍ୟ ପେଣ୍ଠ ସ୍ଥଳ ବୋଲି ଆଲୋଚନା ହେଉଛି।ତେବେ ବାକି ରହିଲା ପ୍ରଚ୍ଛଦପଟ୍ଟ ରେ କାହା ହାତ ରହିଛି ଏବଂ ବ୍ୟବସାୟୀ ରେ କିଏ ଲିପ୍ତ ରହିଛି ତାକୁ ବନ ବିଭାଗ କେବେ ଲୋକ ଲୋଚନ କୁ ଆଣିବ।ବନ୍ୟଜନ୍ତୁ ହତ୍ୟା ଏବଂ ତାକୁ ନେଇ ବ୍ୟବସାୟ ଚିକିଟି ଅଞ୍ଚଳରେ ରେ ଦୀର୍ଘ ଦିନ ହେବ ଚାଲିଥିବା ବେଳେ ବନ ବିଭାଗର ନିରବଦ୍ରଷ୍ଟା ସନ୍ଦେହ ସୃଷ୍ଟି କରୁଛି।

ad-week
Leave A Reply

Your email address will not be published.