ଭାରସାମ୍ୟ ହରାଇ ଗଣ୍ଡମୁଣ୍ଡା ଘାଟିରେ ଓଲଟିଲା ଯାତ୍ରୀବାହୀ ବସ, ୫ ଶିଶୁଙ୍କ ସମେତ ୩୦ ଯାତ୍ରୀ ଗୁରୁତର

add-all

ଦାରିଙ୍ଗବାଡି ୨୨/୦୪ : ଭାରସାମ୍ୟ ହରାଇ ଋତୁଙ୍ଗିଆ ନିକଟ ଗଣ୍ଡମୁଣ୍ଡା ଘାଟିରେ ଓଲଟିଲା ଯାତ୍ରୀବାହୀ ବସ । ସମସ୍ତ ୩୦ ଯାତ୍ରୀ ଗୁରୁତର । ଗୁରୁତରଙ୍କ ମଧ୍ୟରେ ୫ ଶିଶୁ ରହିଥିବା ଜଣାପଡ଼ିଛି । ସମସ୍ତ ଆହତଙ୍କୁ ଦୁଇଟି ଆମ୍ବୁଲାନ୍ସ ସହାୟତାରେ ବାଲିଗୁଡା ଉପଖଣ୍ଡ ଡାକ୍ତର ଖାନାରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇ ଥିବା ଖବର ହସ୍ତଗତ ହୋଇଛି।

ବାଲିଗୁଡାରୁ ବୁଡାଗୁଡା ଆସୁଥିବା ବେଳେ ଗଣ୍ଡମୁଣ୍ଡା ଘାଟିରେ ୧୫ ଫୁଟ ତଳକୁ ବସ୍‌ଟି ଖସି ପଡ଼ିଥିଲା। ଦୁର୍ଘଟଣା ପରେ ବସ ଡ୍ରାଇଭର ଓ ହେଲପର ଫେରାର ହୋଇଯାଇଥିବା ଜଣାପଡ଼ିଛି ।

ad-week
Leave A Reply

Your email address will not be published.