ଆଇଆଇଟି ମାଡ୍ରାସରେ କରୋନା ବିସ୍ଫୋରଣ, ବାହାରିଲେଣି ୩୦ ଆକ୍ରାନ୍ତ

add-all

ଚେନ୍ନାଇ: ଆଇଆଇଟି ମାଡ୍ରାସରୁ ପୁଣି ବାହାରିଛନ୍ତି ୧୮ ଜଣ କରୋନା ଆକ୍ରାନ୍ତ। ଏହାକୁ ମିଶାଇ ଦୁଇ ଦିନରେ ଏଠାରୁ ୩୦ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହେଲେଣି। ଦେଶରେ ବିଭିନ୍ନ ପ୍ରାନ୍ତରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଥିବା ବେଳେ ଆଇଆଇଟିରୁ ଏତେ ସଂଖ୍ୟକ ଆକ୍ରାନ୍ତ ଚିହ୍ନଟ ହେବା ସମସ୍ତଙ୍କ ଚିନ୍ତା ବଢ଼ାଇ ଦେଇଛି।
ଆଇଆଇଟି ମାଡ୍ରାସରୁ ଆକ୍ରାନ୍ତ ଚିହ୍ନଟ ହେବା ପରେ ପୂରା ଅନୁଷ୍ଠାନକୁ କଣ୍ଟେନମେଣ୍ଟ କରାଯାଇଛି। ସେହିପରି ସାନିଟାଇଜେସନ ସହ ଅନ୍ୟାନ୍ୟ ପ୍ରତିଷେଧକ ବ୍ୟବସ୍ଥା ଗ୍ରହଣ କରାଯାଇଛି। ରାଜ୍ୟ ସ୍ୱାସ୍ଥ ସଚିବ ମଧ୍ୟ ଆଇଆଇଟି ମାଡ୍ରାସକୁ ଯାଇ ସ୍ଥିତି ଯାଞ୍ଚ କରିଛନ୍ତି।
ଅନ୍ୟପକ୍ଷରେ ଗତ ୨୪ ଘଣ୍ଟାରେ ତାମିଲନାଡୁରୁ ୩୯ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩୪,୫୩,୩୯୦କୁ ବୃଦ୍ଧି ପାଇଛି। ତେବେ କରୋନା ଯୋଗୁ ରାଜ୍ୟରେ କାହାର ମୃତ୍ୟୁ ହୋଇନାହିଁ। ସଂକ୍ରମଣ ବଢ଼ୁଥିବାରୁ ରାଜ୍ୟ ସରକାର ଟେଷ୍ଟିଂ ସଂଖ୍ୟା ବୃଦ୍ଧି କରିବାକୁ କହିଛନ୍ତି।
ଏବେ ତାମିଲନାଡୁରେ ଦୈନିକ ୧୮ ହଜାର ଟେଷ୍ଟ କରାଯାଉଛି। ଏହାକୁ ୨୫ ହଜାରକୁ ବୃଦ୍ଧି କରିବା ପାଇଁ ସରକାର କହିଛନ୍ତି। ସେହିପରି ପୂର୍ବରୁ ମାସ୍କ ନିୟମ କୋହଲ କରିଥିବା ତାମିଲନାଡୁ ସରକାର ନିଷ୍ପତ୍ତିରେ ପରିବର୍ତ୍ତନ କରିଛନ୍ତି। ଏଣିକି ତାମିଲନାଡୁରେ ମାସ୍କ ବାଧ୍ୟତାମୂଳକ ବୋଲି ସରକାର ନିର୍ଦ୍ଦେଶ ଦେଇଛନ୍ତି।
ପୂର୍ବରୁ ଦିଲ୍ଲୀ ଓ ହରିଆଣା ଭଳି ରାଜ୍ୟରେ ସଂକ୍ରମଣକୁ ଦୃଷ୍ଟିରେ ରଖି ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରାଯାଇଥିଲା।

ad-week
Leave A Reply

Your email address will not be published.