ଶକ୍ତି, ଗୃହ ରାଜ୍ୟ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ରାଉରକେଲା ଗସ୍ତ

add-all

ରାଉରକେଲା (୨୨/୦୪, ବସନ୍ତ କୁମାର ଜେନା) : ଶକ୍ତି , ଶିଳ୍ପ ଏବଂ ଗୃହ ରାଜ୍ୟ ମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ର ତାଙ୍କର ଏକ ଦିବସୀୟ ରାଉରକେଲା ଗସ୍ତରେ ଆସି ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି। ଶ୍ରୀ ମିଶ୍ରଙ୍କ ଗସ୍ତ ଦୁଇଟି କାରଣ ଯୋଗୁଁ ବେଶ ଗୁରୁତ୍ୱପୂର୍ଣ୍ଣ ଥିଲା। ୨୦୨୩ ରେ ରାଉରକେଲା ରେ ହେବାକୁ ଥିବା ହକି ବିଶ୍ୱ କପ ଚାମ୍ପିଅନଶିପକୁ କିପରି ଭାବେ ସଫଳ କାର୍ଯ୍ୟକାରୀ କରାଯିବ ସେ ବାବଦରେ ଆଲୋଚନା ହୋଇଥିଲା। ଏହା ଛଡା ସୁନ୍ଦରଗଡ ଜିଲ୍ଲାର ଗ୍ରାମାଞ୍ଚଳରେ ଥିବା କ୍ଷୁଦ୍ର ଶିଳ୍ପାନୁଷ୍ଠାନ ର କିପରି ଉନ୍ନତି ହୋଇପାରିବ ସେ ବାବଦରେ ମଧ୍ୟ ଆଲୋଚନା ହୋଇଥିଲା। ରାଉରକେଲା ମହାନଗର ନିଗମ ସମ୍ମିଳନୀ କକ୍ଷରେ ଏହି ଆଲୋଚନାରେ ମନ୍ତ୍ରୀ ଦିବ୍ୟଶଙ୍କର ଙ୍କ ସହ ବିଧାୟକ ସାରଦା ପ୍ରସାଦ ନାୟକ , ସୁନ୍ଦରଗଡ ଜିଲ୍ଲାପାଳ ନିଖିଲ ପବନ କଲ୍ୟାଣ , ଅତିରିକ୍ତ ଜିଲ୍ଲାପାଳ ଶୁଭଙ୍କର ମହାପାତ୍ର , ଏସ ପି ମୁକେଶ କୁମାର ଭାମୁ ପ୍ରମୁଖ ଉପସ୍ଥିତ ଥିଲେ। ଏହା ଛଡା ଟାଟା ପାୱାର ଲିମିଟେଡ଼ର
ସି ଇ ଓ ଏବଂ ଜିଲ୍ଲା ଶିଳ୍ପ କେନ୍ଦ୍ରର ଅଧିକାରୀ ମାନେ ଉପସ୍ଥିତ ଥିଲେ । ପରେ ଶ୍ରୀ ମିଶ୍ର ନିର୍ମାଣାଧୀନ ବିରସା ମୁଣ୍ଡା ହକି ଷ୍ଟାଡିଅମ ପରିଦର୍ଶନ କରିଥିଲେ। ହକି ବିଶ୍ୱ କପ ବେଳେ କିପରି ବିଦ୍ୟୁତ ସରବରାହ ସଠିକ ଭାବେ ରହିବ ସେ ବାବଦରେ ଟାଟା ପାୱାର ଲିମିଟେଡ଼ ର ଅଧିକାରୀଙ୍କ ସହ ଆଲୋଚନା କରିଥିଲେ।

ad-week
Leave A Reply

Your email address will not be published.