ବାରବାରଟିରେ ଟି-୨୦ ମ୍ୟାଚ୍, ଜୁନ୍ ୧୨ ରେ ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ମୁକାବିଲା

add-all

କଟକ: ବାରବାରଟିରେ ପୁଣି ଅନୁଷ୍ଠିତ ହେବ ଟି-୨୦ ମ୍ୟାଚ୍ । ଜୁନ୍ ୧୨ ରେ ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ମ୍ୟାଚ୍ ଖେଳାଯିବ ବୋଲି ସୂଚନା ଦେଇଛନ୍ତି ଓଡ଼ିଶା କ୍ରିକେଟ ଅସୋସିଏସନ ସଂମ୍ପାଦକ ସଞ୍ଜୟ ବେହେରା ।
ଚଳିତ ବର୍ଷ ପେବୃଆରୀ ମାସରେ ବାରବାଟିରେ ୱେଷ୍ଟ ଇଣ୍ଡିଜ ମଧ୍ୟରେ ଟି-୨୦ ମ୍ୟାଚ୍ ଖେଳାଯିବାର ଥିଲା । କିନ୍ତୁ ଏହି ସମୟରେ ଦେଶରେ କରୋନାର ତୃତୀୟ ଲହରରେ କରୋନା ସଂକ୍ରମଣ ଦୃତ ଗତିରେ ବୃଦ୍ଧି ପାଇଥିଲା।

ବଢୁଥିବା କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଏବଂ ଖେଳାଳୀ ଏବଂ କୋଚିଂ କର୍ମଚାରୀଙ୍କ ପାଇଁ ଏକ ସ୍ଥିର ବାୟୋ ବବଲ୍ ବଜାୟ ରଖିବା ପାଇଁ ବିସିସିଆଇ ୱେଷ୍ଟ ଇଣ୍ଡିଜ ବିପକ୍ଷ ଦିନିକିଆ ଏବଂ ଟି-୨୦ ମ୍ୟାଚ୍ କୁ କେବଳ ଦୁଇଟି ସହର ଅହମ୍ମଦାବାଦ ଏବଂ କୋଲକାତାରେ ଆୟୋଜନ କରିବାକୁ ନିଷ୍ପତି ନେଇଥିଲା । ଯାହା ଫଳରେ କଟକରେ ମ୍ୟାଚ୍ ଅନୁଷ୍ଠିତ ହୋଇ ପାରି ନଥିଲା ।

“ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ଟି-୨୦ ପାଇଁ ସମସ୍ତ ପ୍ରସ୍ତୁତି କରାଯାଇଥିଲା। ଏପରିକି ଆମେ ଓଡ଼ିଶା ସରକାରଙ୍କ ସହ ଆଲୋଚନା ମଧ୍ୟ କରିଥିଲୁ କି କିପରି ବିନା ଦର୍ଶକରେ ମ୍ୟାଚ୍ କୁ ଆୟୋଜନ କରାଯିବ ।
କିନ୍ତୁ ଦେଶର କୋଭିଡ -୧୯ ପରିସ୍ଥିତିକୁ ଅନୁଧ୍ୟାନ କରି ବିସିସିଆଇ ଦୁଇଟି ସହରରେ ମ୍ୟାଚ ଆୟୋଜନ କରିବାକୁ ନିଷ୍ପତ୍ତି ନେଇଛି ବୋଲି ଓସିଏ ସଚିବ ସଞ୍ଜୟ ବେହେରା କହିଛନ୍ତି।

ବର୍ତ୍ତମାନ ଦେଶରେ କରୋନା ସଂକ୍ରମଣ ହ୍ରାସ ପାଇଛି । ଏବେ ଆଇପିଏଲରେ ମଧ୍ୟ ଦର୍ଶକଙ୍କୁ ମ୍ୟାଚ୍ ଦେଖିବାକୁ ସୂଯୋଗ ମିଳୁଛି । ତେଣୁ ଜୁନ୍ ୧୨ ତାରିଖରେ ହେବାକୁ ଥିବା ଟି-୨୦ ମ୍ୟାଚ୍ ରେ ଦର୍ଶକେ ଭରପୁର ମନୋରଞ୍ଜନ କରିବେ ବୋଲି ସେ ଆଶା ପ୍ରକଟ କରିଛନ୍ତି ।

ad-week
Leave A Reply

Your email address will not be published.