
ଚିକିଟି : କେ ନୂଆଗାଁ ଥାନା ଧାନଘର ଫାଣ୍ଡି ଅନ୍ତର୍ଗତ ଓଳପୁର ଠାରେ ଏକ ମାରୁତି ଭ୍ୟାନ ଦୁର୍ଘଟଣାରେ ତିନିଜଣ ଛାତ୍ର ଛାତ୍ରୀ ଆହତ ହୋଇଛନ୍ତି।ମିଳିଥିବା ସୂଚନା ପ୍ରକାରେ ଆଜି ସକାଳେ ଓ ଆର ୦୭ ଏନ ୧୫୯୯ ମାରୁତି ଭ୍ୟାନ ନୂଆପଡ଼ା ଠାରୁ ଛାତ୍ର ଛାତ୍ରୀଙ୍କୁ ନେଇ ଚିକିଟି ପିତାତଳି ସ୍ଥିତ ଆଦର୍ଶ ବିଦ୍ୟାଳୟକୁ ଯାଉଥିବା ସମୟରେ ନିଜର ଭାରସାମ୍ୟ ହରାଇ ଓଲପୁର ନିକଟରେ ଏକ ଶଙ୍ଖକୁ ଧକା ଦେଇ ବିଲ ଭିତରକୁ ପସିଯାଇଥିଲା। ଫଳରେ ଗାଡି ଭିତରେ ବସିଥିବା ତିନି ଜଣ ଛାତ୍ର ଛାତ୍ରୀ ଜ୍ୟୋତ୍ରିମୟୀ ସାହୁ (୧୪) ଶ୍ରୀଧର ପ୍ରଧାନ (୧୫) ଜି. ଚିନ୍ମୟ (୧୫) ଆହତ ହୋଇଛନ୍ତି।ଘଟଣା ସ୍ଥଳରେ ସ୍ଥାନୀୟ ଲୋକମାନେ ପହଞ୍ଚି ସେମାନଙ୍କୁ ଉଧାର କରିବା ସହ ଚିକିଟି ଗୋଷ୍ଟି ସ୍ବାସ୍ଥ୍ୟ କେନ୍ଦ୍ରକୁ ପଠାଇ ପ୍ରାଥମିକ ଚିକିତ୍ସା କରାଇଥିଲେ।ପରେ ସେମାନଙ୍କୁ ବ୍ରହ୍ମପୁର ବଡ ମେଡିକାଲକୁ ସ୍ଥାନାନ୍ତର ହୋଇଥିଲା।ଦୁର୍ଘଟଣା ସ୍ଥଳରେ ଧାନଘର ଫାଣ୍ଡି ଅଧିକାରୀ ବିଜୟ ପ୍ରଧାନ ପହଞ୍ଚି ଅନୁସନ୍ଧାନ କରି ଫେରିଥିବା ସୂଚନା ଦେଇଛନ୍ତି।