ଆବାସ ଯୋଜନା କାର୍ଯ୍ୟାଦେଶ ବଣ୍ଟନ

add-all

ଚିକିଟି : ଚିକିଟି ବିଜ୍ଞାପିତ ଅଞ୍ଚଳ ପରିଷଦ ର ସମ୍ମିଳନୀ କକ୍ଷରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା କାର୍ଯ୍ୟାଦେଶ ବଣ୍ଟନ ହୋଇଛି। ନିର୍ବାହୀ ଅଧିକାରୀ ସମ୍ବିତ ସଂଗ୍ରାମ ଜିତ ସାହୁ ଙ୍କ ସଂଯୋଜନା ରେ ନବ ନିର୍ବାଚିତ ଅଧକ୍ଷା ଦୀପା କୁମାରୀ ସାହୁ ଏହା ବଣ୍ଟନ କରିଥିବା ବେଳେ ସମସ୍ତ କାଉନସିଲର ଯୋଗ ଦେଇଥିଲେ। ଜିଲ୍ଲା ଆବାସ ସଂଯୋଜକ ରାକେଶ କୁମାର ନାୟକ ଉପସ୍ଥିତ ରହି ସଠିକ ପ୍ରମାଣ ପତ୍ର ଥିବା ଯୋଗ୍ୟ ହିତାଧିକାରୀ ଙ୍କୁ ଚୟନ କରି ଆବାସ ଯୋଜନାରେ ସାମିଲ କରିବାକୁ ପରାମର୍ଶ ଦେଇ ଥିଲେ। ଲୋକନାଥପୁର ଶାସନ ସ୍ଥିତ ରେଣୁ ଗୌଡ଼, ଶନିବାର ପେଣ୍ଠ ଶାନ୍ତି ଲତା ସାହୁ ଓ ଶ୍ରୀକାନ୍ତ ସାହୁଙ୍କୁ ଅଧକ୍ଷା ଦୀପା ପ୍ରଧାନମନ୍ତ୍ରୀ ଆବାସ ଯୋଜନାର କାର୍ଯ୍ୟାଦେଶ ପ୍ରଦାନ କରିଥିଲେ।ଏହି କ୍ରମରେ ଚିକିଟି ବିଜ୍ଞାପିତ ଅଞ୍ଚଳ ପରିଷଦ ରେ ପୂର୍ବରୁ ୩୪୬ ଆବାସ ଯୋଜନା କାର୍ଯ୍ୟାଦେଶ ବଣ୍ଟନ ହୋଇଥିବା ବେଳେ ୨୭୬ ଗୃହ ନିର୍ମାଣକାର୍ଯ୍ୟ ଶେଷ ହୋଇଛି।ଏହି କାର୍ଯ୍ୟକ୍ରମ ରେ ଅନ୍ୟ ମାନଙ୍କ ମଧ୍ୟରେ କନିଷ୍ଠ ଯନ୍ତ୍ରୀ ଭବାନୀ ଶଙ୍କର ବେହେରା, ସାବିତ୍ରୀ ପାଢ଼ୀ ଓ ସୁମତିସାମନ୍ତ, ଲୋକନାଥ ସୁବୁଦ୍ଧି,ଶାନ୍ତନୁ ରଣା, ବୁଲୁ ରାଓ,ପପୁନୁ ଦାସ ଙ୍କ ସମେତ ବିଜ୍ଞାପିତ ଅଞ୍ଚଳର ସମସ୍ତ କର୍ମଚାରୀ ଉପସ୍ଥିତ ଥିଲେ।

ad-week
Leave A Reply

Your email address will not be published.