
ମାଲକାନଗିରି : ନୀତି ଆୟୋଗ ଦ୍ଵାରା ଜାରି କରାଯାଇଥିବା ମାର୍ଗଦର୍ଶୀକା ଅନୁସାରେ ଓ ଆଜଦୀ କା ଅମୃତ ମହୋତ୍ସବ ପାଳନ ଅବସରରେ ଦ୍ଵିତୀୟ ପର୍ଯ୍ୟାୟରେ ଆଜି ମାଲକାନଗିରି ଜିଲ୍ଲା ପ୍ରଶାସନ ତରଫରୁ ବିଦ୍ୟାଳୟ ଛାତ୍ର ଛାତ୍ରୀଙ୍କ ମଧ୍ୟରେ ସ୍ଥାନୀୟ ସରକାରୀ ବାଳିକା ବିଦ୍ୟାଳୟ, ପରିସରରେ ପ୍ରବନ୍ଧ, ତର୍କ ଏବଂ ଚିତ୍ରାଙ୍କନ ପ୍ରତିଯୋଗୀତା ଅନୁଷ୍ଠିତ ହୋଇଯାଇଛି। ଏଥିରେ ବ୍ଲକ ସ୍ଥରରୁ ମନୋନୀତ ବହୁ ଛାତ୍ର ଛାତ୍ରୀ ଅଂଶଗ୍ରହଣ କରିଥିଲେ। ଭାରତର ବିକାଶ ଧାରାକୁ ଏକ ଜନ ଆନ୍ଦୋଳନ ରେ ପରିଣତ କରିବାପାଇଁ ସ୍ଥାନୀୟ ଶାସନ ଭୂମିକା ସନ୍ଦର୍ଭରେ ଛାତ୍ର ଛାତ୍ରୀ ମାନେ ତର୍କ ରଖିଥିଲେ। ଅନ୍ୟ ପକ୍ଷରେ ସ୍ଥାନୀୟ ଶାସନ ବ୍ୟବସ୍ଥାର ବର୍ତ୍ତମାନ ଓ ଭବିଷ୍ୟତ ଉପରେ ଛାତ୍ର ଛାତ୍ରୀ ମାନଙ୍କ ଦ୍ଵାରା ପ୍ରତିଯୋଗୀତା ଓ ଚିତ୍ରାଙ୍କନ ପ୍ରତିଯୋଗୀତା ଅନୁଷ୍ଠିତ କରଯାଇଥିଲା ଏହି ପ୍ରତିଯୋଗିତାରେ ଅତିରିକ୍ତ ଜିଲ୍ଲାପାଳ ବୀରସେନ ପ୍ରଧାନ ଓ ଉପ- ନିର୍ଦ୍ଦେଶକ, ଯୋଜନା ଓ ପରିସଂଖ୍ୟାନ ତଥା ନୋଡାଲ ଅଫିସର ଶ୍ରୀ ହରମୋହନ ବିଶ୍ଵାଳ ଉପସ୍ଥିତ ରହିଥିବାବେଳେ ସମସ୍ତ ବିଭାଗ ପାଇଁ ସ୍ଵତନ୍ତ୍ର ବିଚାରପତି ମଣ୍ଡଳୀ ଛାତ୍ରଛାତ୍ରୀ ମାନଙ୍କୁ ମୂଲ୍ୟାଙ୍କନ କରିଥିଲେ। ଏଠାରେ ଉଲ୍ଲେଖ କରାଯାଇପାରେ ଯେ ପୂର୍ବରୁ ଜିଲ୍ଲାସ୍ତରୀୟ ଅଧିକାରୀ ମାନଙ୍କ ମଧ୍ୟରେ ପ୍ରବନ୍ଧ ପ୍ରତିଯୋଗୀତା ଅନୁଷ୍ଠିତ ହୋଇସାରିଛି। ପରବର୍ତ୍ତୀ ସମୟରେ ସମସ୍ତ କୃତୀ ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରାଯିବାସହ ଏହାର ତାଲିକା ନୀତି ଆୟୋଗ ଙ୍କ ନିକଟକୁ ପ୍ରେରଣା