ଯୁବତୀଙ୍କୁ ପ୍ରେମ ପ୍ରତାରଣା ଅଭିଯୋଗ ପରେ ଗିରଫ ହେଲେ ଅତିରିକ୍ତ ତହସିଲଦାର…

add-all


ରାଉରକେଲା : (ବସନ୍ତ କୁମାର ଜେନା); ପ୍ରଥମେ ପ୍ରେମ। ତାପରେ ବିବାହ ର ପ୍ରତିଶୃତି ଦେଇ ଶାରୀରିକ ସମ୍ପର୍କ। ଶେଷରେ ପ୍ରତାରଣା। ଜଣେ ଅତିରିକ୍ତ ତହସିଲଦାର ଙ୍କ ଠାରୁ ଜଣେ ଯୁବତୀ ଏପ୍ରକାର ଧୋକ୍କା ପାଇଛନ୍ତି। ଏ ନେଇ ରାଜଗାଙ୍ଗପୁର ଥାନା ରେ ମହିଳାଙ୍କ ଅଭିଯୋଗ ପରେ ପୋଲିସ ଗିରଫକରିଛି ଅତିରିକ୍ତ ତହସିଲଦାରଙ୍କୁ । ଗିରଫ ଅଭିଯୁକ୍ତ ହେଲେ ରାଜଗାଙ୍ଗପୁର ଥାନା ଅନ୍ତର୍ଗତ ଲାଞ୍ଜିବେର୍ଣ୍ଣ। ଅଞ୍ଚଳର ଅଲଣ୍ଡା ଗ୍ରାମର ରୂପକ କୁଜୁର।ସୂଚନା ଅନୁଯାୟୀ ଶନିବାର ଦିନ ଜଣେ ଯୁବତୀ ଏ ବାବଦରେ ଥାନାରେ ଏତେଲା ଦେଇଥିଲେ। ପ୍ରଥମେ ପ୍ରେମ ପରେ ଶାରୀରିକ ସମ୍ପର୍କ ରଖି ପରବର୍ତ୍ତୀ ସମୟରେ ବିବାହ କରିବାକୁ ମନା କରିବା ନେଇ ରୂପକଙ୍କ ନାମ ରେ ରାଜଗାଙ୍ଗପୁର ଥାନା ରେ ଏତେଲା ଦେଇଥିଲେ। ଯୁବତୀଙ୍କ ଅଭିଯୋଗ ଅନୁଯାୟୀ ୨୦୦୮ ରେ ଦଶମ ଶ୍ରେଣୀ ରେ ପାଠ ପଢୁଥିବା ବେଳେ ରୂପକ ତାଙ୍କୁ ପ୍ରେମ ନିବେଦନ କରିବା ସହ ପରେ ବିବାହ କରିବାକୁ ପ୍ରତିଶୃତି ଦେଇଥିଲେ । ଦୀର୍ଘ ଦିନ ପ୍ରେମ ସମ୍ପର୍କ ରଖି ଅନେକ ଥର ଶାରୀରିକ ସମ୍ପର୍କ ମଧ୍ୟ ରଖିଥିଲେ । ଅନେକ ସମୟରେ ଅର୍ଥ ମଧ୍ୟ ନେଇଥିଲେ । ଚାକିରୀ ପାଇବା ପରେ ଧୀରେ ଧୀରେ ସେ ଯୁବତୀଙ୍କ ଠାରୁ ଦୁରେଇ ଯିବା ସହ ବିବାହ କରିବାକୁ ସ୍ପଷ୍ଟ ମନା କରିଦେଇଥିଲେ । ବର୍ତ୍ତମାନ ରୂପକ ସୁବର୍ଣପୁର ଜିଲ୍ଲା ବିନିକା ତହସିଲ ରେ ଅତିରିକ୍ତ ତହସିଲଦାର ଭାବରେ କାର୍ଯ୍ୟରତ ଅଛନ୍ତି ।ଏହା ଭିତରେ ସେ ଅନ୍ୟ ଜଣଙ୍କୁ ବିବାହ କରିଥିବା ନେଇ ମଧ୍ୟ ଯୁବତୀ ଅଭିଯୋଗ ଆଣିଛନ୍ତି । ଯୁବତୀ ଜଣକ ପ୍ରେମ ପ୍ରତାରଣା ର ଶିକାର ହୋଇଥିବା ଜାଣି ପାରି ଶେଷରେ ଏ ସଂକ୍ରାନ୍ତରେ ରାଜଗାଙ୍ଗପୁର ଥାନା ଅଧିନସ୍ତ
ଲାଞ୍ଜିବେର୍ଣ୍ଣ। ଫାଣ୍ଡିରେ ଲିଖିତ ଅଭିଯୋଗ କରିଥିଲେ । ପୁଲିସ ଏକ ମାମଲା ରୁଜୁ କରି ଅଭିଯୁକ୍ତ ରୂପକ କୁଜୁରଙ୍କୁ ଗିରଫ କରିବା ସହ ତାଙ୍କର ଡାକ୍ତରୀ ମଇନା କରିଛନ୍ତି । ଆଜି ରୂପକଙ୍କୁ କୋର୍ଟ ଚାଲାଣ କରାଯିବ।

ad-week
Leave A Reply

Your email address will not be published.