ପାକିସ୍ତାନରେ ଦୈନିକ ୧୫ଘଣ୍ଟା ବିଜୁଳି କାଟ

add-all

ନୂଆଦିଲ୍ଲୀ: ପ୍ରବଳ ଗରମ ଓ ଅନ୍ଧାରରେ କଲବଲ ହେଉଥିବା ପାକିସ୍ତାନବାସୀ। ଏବେ ଏଠାରେ ଦେଶବାସୀ ପ୍ରତ୍ୟେକଦିନ ୮ରୁ ୧୫ ଘଣ୍ଟା ବିଦ୍ୟୁତକାଟର ସମ୍ମୁଖୀନ ହେଉଛନ୍ତି। କରାଚି, ଲାହୋର, ରାଓ୍ୱଲପିଣ୍ଡି, କ୍ୱେତା, ପେଶଓ୍ୱାର, ମୁଲତାନ, ବାଦିନ, ସ୍ୱାତ ଏବଂ ପାକିସ୍ତାନର ଅନେକ ସହରବାସୀ ବିଦ୍ୟୁତକାଟ ଜନିତ ଯନ୍ତ୍ରଣାରେ ଛଟପଟ ହେଉଛନ୍ତି।
ନ୍ୟାସନାଲ ଗ୍ରୀଡରୁ ୩୦୦ ମେଗାଓ୍ୱାର୍ଟ ବିଦ୍ୟୁତ ଯୋଗାଣରେ ବ୍ୟାହତ ହେଉଥିବାରୁ ଏଭଳି ପରିସ୍ଥିତି ସୃଷ୍ଟି ହୋଇଥିବା କେ-ଇଲେକ୍ଟ୍ରିକ ପକ୍ଷରୁ କୁହାଯାଇଛି। ପାକିସ୍ତାନ ଅଧିକୃତ ପଞ୍ଜାବ ସହରାଞ୍ଚଳରେ ୮ରୁ ୯ ଘଣ୍ଟା ବିଦ୍ୟୁତକାଟ ହେଉଥିବା ବେଳେ ଏହାର ଗ୍ରାମାଞ୍ଚଳମାନଙ୍କରେ ୧୦ରୁ ୧୨ ଘଣ୍ଟା ବିଦ୍ୟୁତକାଟ ହେଉଛି।
ପାକିସ୍ତାନ ଶକ୍ତି ବିଭାଜନ ପକ୍ଷରୁ କୁହାଯାଇଛି, ଦେଶକୁ ଏବେ ୧୯ ହଜାର ମେଗାଓ୍ୱାଟ ବିଦ୍ୟୁତଶକ୍ତି ଆବଶ୍ୟକ ହେଉଥିବା ବେଳେ ମାତ୍ର ୧୭ ହଜାର ମେଗାଓ୍ୱାଟ ବିଦ୍ୟୁତ୍ ଉତ୍ପାଦନ ହେଉଛି। ଯେତେବେଳେ କି ମଧ୍ୟାହ୍ନ ଓ ସନ୍ଧ୍ୟାରେ ଏହି ଆବଶ୍ୟକତା ୨୧ ହଜାର ମେଗାଓ୍ୱାର୍ଟ ହୋଇଯାଉଛି। ତେଣୁ ବାଧ୍ୟ ହୋଇ ପାକିସ୍ତାନ ସରକାର ବିଦ୍ୟୁତକାଟ କରୁଥିବା ଜଣାପଡ଼ିଛି।

ad-week
Leave A Reply

Your email address will not be published.