ପୁଣିଥରେ ଫ୍ରାନ୍ସର ରାଷ୍ଟ୍ରପତି ହେଲେ ଇମାନୁଏଲ ମାକ୍ରନ

add-all

ନୂଆଦିଲ୍ଲୀ: ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରନ୍‌ ଫ୍ରାନ୍ସରେ ଶାସନ କ୍ଷମତାର ପୁଣି ଥରେ ମଙ୍ଗ ଧରିଛନ୍ତି ଇମାନୁଏଲ ମାକ୍ରନ୍‌। ଗତକାଲି ଅନୁଷ୍ଠିତ ନିର୍ବାଚନରେ ସେ ପୁଣି ଥରେ ରାଷ୍ଟ୍ରପତି ଭାବେ ନିର୍ବାଚିତ ହୋଇଛନ୍ତି। ତାଙ୍କ ପ୍ରତିଦ୍ୱନ୍ଦୀ ତଥା ଦକ୍ଷିଣପନ୍ଥୀ ନେତ୍ରୀ ଲି ପେନ୍‌ଙ୍କ ସହିତ ଲଢ଼େଇ ହୋଇଥିଲା। ତେବେ କଡ଼ା ଟକ୍କର ମଧ୍ୟରେ ମାକ୍ରନ୍‌ ୫୮ ପ୍ରତିଶତ ଭୋଟ୍‌ ପାଇ ବିଜୟ ହାସଲ କରିଛନ୍ତି। ପୂର୍ବରୁ ବିଭିନ୍ନ ଓପିନିଅନ ପୋଲରେ ମାକ୍ରନ୍‌ଙ୍କୁ ୫୭ରୁ ୫୮ ପ୍ରତିଶତ ଭୋଟ୍ ମିଳିବ ବୋଲି କୁହାଯାଉଥିଲା । ଯାହା ସଠିକ୍ ସାବ୍ୟସ୍ତ ହୋଇଛି ।
ତେବେ ତାଙ୍କ ପ୍ରତିଦ୍ୱନ୍ଦୀ ଲି ପେନ୍‌ଙ୍କୁ ୪୨ ପ୍ରତିଶତ ଭୋଟ୍‌ ମିଳିଛି। ଗତ ନିର୍ବାଚନ ତୁଳନାରେ ଏଥର କମ୍‌ ମତଦାନ ହୋଇଥିଲା। ଗତ ଦୁଇ ଦଶନ୍ଧି ମଧ୍ୟରେ ଦ୍ୱିତୀୟଥର ପାଇଁ ରାଷ୍ଟ୍ର ମୁଖ୍ୟ ଭାବେ ନିର୍ବାଚିତ ହେବା ମାକ୍ରନ୍‌ ହେଉଛନ୍ତି ପ୍ରଥମ ଫ୍ରେଞ୍ଚ ରାଷ୍ଟ୍ରପତି। ବିଜୟ ପରେ ଆଜି ସକାଳେ ପ୍ରଧାନମନ୍ତ୍ରୀ ମୋଦି ଇମ୍ମାନୁଏଲ୍‌ ମାକ୍ରୋନ୍‌ଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ଏନେଇ ପ୍ରଧାନମନ୍ତ୍ରୀ ଟ୍ୱିଟ୍‌ କରି ଜଣାଇଛନ୍ତି।
ସେହରିପରି ବିଶ୍ୱର ଅନ୍ୟାନ୍ୟ ନେତାମାନେ ମଧ୍ୟ ମାକ୍ରନ୍‌ଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ୟୁକ୍ରେନ୍‌ର ରାଷ୍ଟ୍ରପତି ଭୋଲୋଦିମିର୍‌ ଜେଲେନ୍‌ସ୍କି ଗତ ରାତିରେ ଟ୍ୱିଟ୍‌ କରି ନିର୍ବାଚନୀ ବିଜୟ ଲାଗି ରାଷ୍ଟ୍ରପତି ଇମ୍ମାନୁଏଲ୍‌ଙ୍କୁ ଅଭିନନ୍ଦନ ଜଣାଇଛନ୍ତି।

ad-week
Leave A Reply

Your email address will not be published.