ହନୁମାନ ଚାଳିଶା ବିବାଦ ପାଇଁ ‘ବିଜେପି’ର ବିଭ୍ରାନ୍ତିକର ବିଚାରଧାରା ଦାୟୀ: ଶିବସେନା ମୁଖପତ୍ର ‘ସାମ୍‌ନା’

ମୁମ୍ବାଇ: ହନୁମାନ ଚାଳିଶା ବିବାଦ ପାଇଁ ‘ବିଜେପି’ର ବିଭ୍ରାନ୍ତିକର ବିଚାରଧାରା ଦାୟୀ ବୋଲି ଆଜି ଶିବସେନାର ମୁଖପତ୍ର ‘ସାମ୍‌ନା’ ଉଲ୍ଲେଖ କରିଛି।
‘ସାମ୍‌ନା’ ଅଭିଯୋଗ କରିଛି ଯେ, ‘ମହା ବିକାଶ ଆଘାଡ଼ି’ ସରକାରକୁ କ୍ଷମତାଚ୍ୟୁତ କରିବା ପାଇଁ ହତାଶିଆ ଉଦ୍ୟମ ଭାବେ ‘ବିଜେପି’ ହନୁମାନ ଚାଳିଶା ବିବାଦ ଲଗାଇଛି।
ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍‌ରେଙ୍କ ନିଜସ୍ବ ବାସଭବନ ‘ମାତୋଶ୍ରୀ’ ସମ୍ମୁଖରେ ସ୍ବାଧୀନ ସାଂସଦ ନବନୀତ ରାଣା ଏବଂ ତାଙ୍କ ବିଧାୟକ ସ୍ବାମୀ ରବି ରାଣାଙ୍କ ହନୁମାନ ଚାଳିଶା ପାଠ ଯୋଜନା ମଧ୍ୟ ‘ବିଜେପି’ର ବିଭ୍ରାନ୍ତିକର ଚିନ୍ତାଧାରାର ପ୍ରତିଫଳନ ବୋଲି ‘ସାମ୍‌ନା’ ଦାବି କରିଛି। ଏଥିପାଇଁ ଶନିବାର ଦିନ ସ‌େ ଦୁହିଁଙ୍କ ବାସଭବନ ବାହାରେ କ୍ରୋଧାନ୍ବିତ ଶିବ ସୈନିକମାନେ ପ୍ରତିବାଦ ପ୍ରଦର୍ଶନ କରିଥି‌ଲେ।
‘ସାମ୍‌ନା’ ସମ୍ପାଦକୀୟରେ ଉଲ୍ଲେଖ ଅଛି, ହିନ୍ଦୁତ୍ବ ନାଁରେ ଅଳ୍ପ ଦିନ ହେବ ‘ବିଜେପି’ ଯେଉଁ ଗୋଳମାଳିଆ ପରିସ୍ଥିତି ସୃଷ୍ଟି କରିଛି ତାହାକୁ ସମର୍ଥନ କରାଯିବ ନାହିଁ। ଏହି ବିବାଦର କାରଣ ହେଉଛି ‘ବିଜେପି’। ରାଣା ଦମ୍ପତିଙ୍କୁ ଲଗାଇ ସେମାନେ ମୁମ୍ବାଇରେ ଶାନ୍ତି ଭଙ୍ଗ କରିବାକୁ ଯୋଜନା କରିଥିଲେ। ‘ବିଜେପି’ ନିର୍ଦେଶରେ ସବୁ ଚାଲିଥିଲା। ସେହି କାରଣରୁ ଶିବସେନା କର୍ମୀମାନେ ରାଗି ଯାଇ ତାଙ୍କୁ ଘରୁ ଗୋଡ଼ କଢ଼ାଇ ଦେଇ ନ ଥିଲେ।
ରାଜନୈତିକ ସମର୍ଥନ ପରିବର୍ତ୍ତନ କରୁଥିବା ରାଣା ଦମ୍ପତିଙ୍କୁ ମଧ୍ୟ ‘ସାମ୍‌ନା’ ସମାଲୋଚନା କରି କହିଛି ଯେ, ସେମାନଙ୍କ ରାଜନୈତିକ ସମର୍ଥନର କୌଣସି ଆଦର୍ଶ ନାହିଁ। ସଂସଦରେ ପ୍ରଭୁ ରାମଙ୍କ ନାମରେ ଶପଥ ନେଉଥିବା ସାଂସଦମାନଙ୍କୁ ସେ ବିରୋଧ କରୁଥିଲେ। ଆଜି ‘ହନୁମାନ ଚାଳିଶା’ ଏବଂ ‘ଅନ୍ୟାନ୍ୟ ହିନ୍ଦୁତ୍ବ ପ୍ରସଙ୍ଗ‌’ରେ ‘ବିଜେପି’ ତାଙ୍କର ପକ୍ଷ ନେବା ଆଶ୍ଚର୍ଯ୍ୟ କଥା।

ad-week
Leave A Reply

Your email address will not be published.