ଗୁଜରାଟ ଉପକୂଳରୁ ୨୮୦ କୋଟି ଟଙ୍କାର ହେରୋଇନ୍‌ ଜବତ

add-all

ଅହମ୍ମଦାବାଦ: ଗୁଜରାଟ ଉପକୂଳରୁ ପୁଣି ଥରେ ବ୍ୟାପକ ପରିମାଣରେ ହେରୋଇନ୍ ଜବତ ହୋଇଛି। ଗୁଜରାଟର ଆତଙ୍କବାଦୀ ନିରୋଧୀ ସ୍କ୍ୱାର୍ଡ଼ ଏବଂ ଭାରତୀୟ ତଟରକ୍ଷିବାହିନୀ ମିଳିତ ଉଦ୍ୟମରେ ରଢ଼ାଉ କରାଯାଇ ୨୮୦ କୋଟି ଟଙ୍କାର ହେରୋଇନ୍‌ ଜବତ କରାଯାଇଛି। ଏହି ନିଷିଦ୍ଧ ନିଶାଦ୍ରବ୍ୟ ପାକିସ୍ତାରନ ବୋଟରେ ଚାଲାଣ ହେଉଥିଲା। ଜବତ ବେଳେ ଉକ୍ତ ବୋଟରୁ ୮ ଜଣ କ୍ର୍ୟୁ ମେମ୍ବରଙ୍କୁ ଗିରଫ କରାଯାଇଛି। ଅଲ ହଜ୍‌ ନାମକ ମାଛ ମରା ବୋଟରେ ଏହି ହେରୋଇନ୍‌ ଚାଲାଣ ହେଉଥିଲା । ଆରବ ସାଗରର ଭାରତୀୟ ଇଲାକାରେ ପ୍ରବେଶ କରିବା
ପରେ ଉକ୍ତ ଜାହାଜଟିକୁ ଯାଞ୍ଚ କରାଯାଥିଲା। ଚଢ଼ାଉ ବେଳେ ସେଥିରୁ ୨୮୦ କୋଟି ଟଙ୍କାର ହେରୋଇନ୍‌ ଜବତ କରାଯାଇଛି। ବୋଟଟିକୁ ଗୁଜରାଟର କଚ୍ଛ ଜିଲ୍ଲାର ଜାଖୁ ବନ୍ଦରକୁ ଅଣାଯାଇ ତଦନ୍ତ କରାଯାଉଛି। ଗୁଜରାଟ ଏଟିଏସ ଏବଂ ଡିଆରଆଇ ଟିମ ମାମଲାର ତଦନ୍ତ କରୁଛି ।
ଏହି ମାମଲାକୁ ଏନଆଇଏକୁ ହସ୍ତାନ୍ତର କରାଯିବା ସମ୍ଭାବନା ରହିଛି। ପୂର୍ବରୁ ଗତ ବର୍ଷ ସେପ୍ଟେମ୍ୱର ମାସରେ ମୁନ୍ଦ୍ରା ପୋର୍ଟରୁ ୨୧ ହଜାର କୋଟି ଟଙ୍କାର ହେରୋଇନ ଜବତ କରାଯାଇଥିଲା। ସେହି ସମୟରେ ଏହି ମାମଲା ଦେଶର ବେଶ ଚର୍ଚ୍ଚିତ ହୋଇଥିଲା। ଟେକ୍ଲମ ପାଉଡର ନାଁରେ ଏହାକୁ ଆମଦାନୀ କରାଯାଇଥିଲା।

ad-week
Leave A Reply

Your email address will not be published.