ମୋଦିଙ୍କ ରାଲି ନିକଟରେ ହୋଇଥିଲା ଆଇଇଡି ବିସ୍ଫୋରଣ

add-all

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ରାଲି ସ୍ଥଳ ନିକଟରେ ହୋଇଛି ବିସ୍ଫୋରଣ। ଏକ ଡ୍ରୋନ୍ ଜରିଆରେ ଆଇଇଡି ପକାଇବା ଦ୍ୱାରା ଏହି ବିସ୍ଫୋରଣ ହୋଇଛି। ରବିବାର ମୋଦି ଜମ୍ମୁ ଓ କଶ୍ମୀର ଗସ୍ତରେ ଯାଇ ସାମ୍ବା ନିକଟ ରାଲିରେ ଯୋଗଦେଇଥିଲେ। ରାଲିର ଅତି ନିକଟ ଅଞ୍ଚଳରେ ଘଟଣା ଘଟିଥିବାରୁ ସୁରକ୍ଷା ବାହିନୀ ଘଟଣାର ତଦନ୍ତ କରୁଛି।
ଜମ୍ମୁ ଓ କଶ୍ମୀର ଧାରା ୩୭୦ ଉଚ୍ଛେଦ ପରେ ମୋଦିଙ୍କ ଏହା ପ୍ରଥମ ସାଧାରଣ ରାଲି ଥିଲା। ମୋଦି ପହଞ୍ଚିବାର କିଛି ଘଣ୍ଟା ପୂର୍ବରୁ ଏହି ଘଟଣା ଘଟିଥିବା ଅନୁମାନ କରାଯାଇଛି। ବିସ୍ଫୋରଣ ପରେ ସୁରକ୍ଷା ଗ୍ରୀଡରେ ଆଲାରାମ ବାଜିଥିଲା। ସ୍ଥାନୀୟ ଲୋକେ କହିଛନ୍ତି ବିସ୍ଫୋରଣ ପୂର୍ବରୁ ଏକ ଡ୍ରୋନ ଆସିବାର ଶବ୍ଦ ସେମାନେ ଶୁଣିଛନ୍ତି। ବିସ୍ଫୋରଣରେ ବିସହ୍ନା ଅଞ୍ଚଳ ଲଲିନ ଗ୍ରାମର ଜଣେ ଗ୍ରାମବାସୀଙ୍କ ଘର ସାମାନ୍ୟ କ୍ଷତିଗ୍ରସ୍ତ ହୋଇଛି। ତାଙ୍କ ଘର ନିକଟରେ ଆଇଡି ପଡ଼ିଥିବାରୁ ଏକ ବିରାଟ ଗାତ ସୃଷ୍ଟି ହୋଇଛି। ଶବ୍ଦ ଏତେ ଜୋର ଥିଲା ଯେ ତାଙ୍କ ଘରର କାନ୍ଥ ଫାଟି ଯିବା ସହ ଝରକା ଭାଙ୍ଗି ଯାଇଛି।
ସୁରକ୍ଷା ବାହିନୀ ପକ୍ଷରୁ ଏହି ଘଟଣାର ତଦନ୍ତ ହେଉଛି। ରାଲିକୁ ଅଟକାଇବାକୁ ଜୟିଶୀ ଏବଂ ଏଲ୍.ଇ.ଟି. ଆତଙ୍କବାଦୀ ଗୋଷ୍ଠୀ ଏହି କାଣ୍ଡ ଘଟାଇଥିବା ଅନୁମାନ କରାଯାଉଛି। ଏହି ଘଟଣା ସୀମାରେ ଉତ୍ତେଜନା ସୃଷ୍ଟି କରିପାରେ ବୋଲି ଅଶଙ୍କା କରାଯାଉଛି।

ad-week
Leave A Reply

Your email address will not be published.