ପଦ୍ମଶ୍ରୀ ବୀଣାପାଣି ମହାନ୍ତିଙ୍କ ଶେଷ କୃତ୍ୟ ସମ୍ପର୍ଣ୍ଣ

add-all

କଟକ: ପ୍ରଖ୍ୟାତ ସାହିତ୍ୟିକା, ଯଶସ୍ବୀ ଗାଳ୍ପିକା ବୀଣାପାଣି ମହାନ୍ତିଙ୍କର ଶେଷକୃତ୍ୟ ସତୀ ଚଉରା ଠାରେ ରାଷ୍ଟ୍ରୀୟ ମର୍ଯ୍ୟାଦା ସହକାରେ ସମ୍ପନ୍ନ ହୋଇଛି। ଶେଷକୃତ୍ୟ ସମୟରେ ଜିଲାପାଳ ଭବାନୀ ଶଙ୍କର ଚଇନି, ଡିସିପି ପ୍ରତୀକ ସିଂହ, ପ୍ରାକ୍ତନ ବିଧାୟକ ପ୍ରଭାତ ରଞ୍ଜନ ବିଶ୍ୱାଳ, ଓଡ଼ିଆ ସାହିତ୍ୟ ସମାଜ ପ୍ରାକ୍ତନ ସଭାପତି ଡ଼. ବିଜୟାନନ୍ଦ ସିଂହ ତଥା ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ରହି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ରବିବାର ରାତିରେ କଟକ ସ୍ଥିତ ବାସଭବନରେ ତାଙ୍କର ପରଲୋକ ହୋଇଥିଲା। ମୃତ୍ୟୁ ବେଳକୁ ତାଙ୍କୁ ୮୫ବର୍ଷ ବୟସ ହୋଇଥିଲା।

ସେ ୨୦୨୦ ରେ ପଦ୍ମଶ୍ରୀ ସମ୍ମାନ ଲାଭ କରିଥିଲେ। ତାଙ୍କର ଅନବଦ୍ୟ କୃତି ପାଇଁ କେନ୍ଦ୍ର ସାହିତ୍ୟ ଏକାଡେ଼ମି ପୁରସ୍କାର, ସାରଳା ପୁରସ୍କାର, ଅତିବଡ଼ି ଜଗନ୍ନାଥ ପୁରସ୍କାର ସମେତ ଅନେକ ପୁରସ୍କାର ଲାଭ କରିଥିଲେ। ସେ ଅର୍ଥନୀତି ବିଭାଗର ଅଧ୍ୟାପିକା ଥିଲେ ହେଁ ତାଙ୍କର ଓଡ଼ିଆ ସାହିତ୍ୟ ପ୍ରତି ପ୍ରାରମ୍ଭରୁ ଗଭୀର ରୁଚି ଥିଲା। ତାଙ୍କର ଅନବଦ୍ୟ କୃତି ଗୁଡିକ ମଧ୍ୟରେ ପାଟଦେଈ, କସ୍ତୁରୀ ମୃଗ, ସବୁଜ ଅରଣ୍ୟ, ବସ୍ତ୍ର ହରଣ, ଖେଳଘର ଆଦି ପୁସ୍ତକ ଅନ୍ୟତମ। ତାଙ୍କ ବିୟୋଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଶୋକ ପ୍ରକାଶ କରିଛନ୍ତି। ତାଙ୍କର ବିୟୋଗରେ ଓଡ଼ିଆ ସାହିତ୍ୟ ଜଗତରେ ଅପୂରଣୀୟ କ୍ଷତି ଘଟିଲା ବୋଲି, ସାହିତ୍ୟିକ ଓ ପାଠକ ମହଲରେ ଶୋକ ପ୍ରକାଶ ପାଇଛି।

ad-week
Leave A Reply

Your email address will not be published.