ସ୍କୁଲ ଯାଉଥିବା ବେଳେ ମରଣାନ୍ତକ ଆକ୍ରମଣର ଶିକାର ହେଲେ ଛାତ୍ରୀ

add-all

ସୋନପୁର :ଦଶମ ଶ୍ରେଣୀ ଛାତ୍ରୀଙ୍କୁ ଆକ୍ରମଣ । ସ୍କୁଲକୁ ଆଡମିଟ କାର୍ଡ ଆଣିବାକୁ ଯିବା ବେଳେ ଛାତ୍ରୀଙ୍କୁ ଆକ୍ରମଣ ହୋଇଛି । ସୋନପୁର ଜିଲ୍ଲା ବିନିକା ବ୍ଲକ ଚୁଲିମାଲ ଗାଁରେ ଘଟିଛି ଏଭଳି ଘଟଣା । ଛାତ୍ରୀଙ୍କ ଅବସ୍ଥା ଗୁରୁତର ଥିବାରୁ ବିନିକା ମେଡିକାଲରେ ଭର୍ତ୍ତି କରାଯାଇଛି।

ସୋନପୁର ଜିଲ୍ଲା ବିନିକା ବ୍ଲକ ଚୁଲିମାଲ ଗାଁର ଜଣେ ଦଶମ ଶ୍ରେଣୀ ଛାତ୍ରୀ ସ୍କୁଲକୁ ଆଡମିଟ କାର୍ଡ ଆଣିବାକୁ ଯିବା ବେଳେ ଆକ୍ରମଣ ହୋଇଛି। ଛାତ୍ରୀଙ୍କ କାକାଙ୍କୁ ନିଜ ଗ୍ରାମର କିଛି ବ୍ୟକ୍ତି ପୂର୍ବ ଶତ୍ରୁତାକୁ ନେଇ ମାରପିଟ୍ କରୁଥିବା ସମୟରେ ଛାତ୍ରୀଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଛି। ଛାତ୍ରୀଙ୍କ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ବିନିକା ମେଡିକାଲରେ ଭର୍ତ୍ତି କରାଯାଇଛି । ସେପଟେ ଛାତ୍ରୀଙ୍କ ବାପା ବିନିକା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ଅଭିଯୋଗ ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି ।

ad-week
Leave A Reply

Your email address will not be published.