ମା’ ସାରଳା ଙ୍କ ପୀଠରେ ୫ଟି ସଚିବ, ବିକାଶ ପାଇଁ ପ୍ରସ୍ତୁତ ହେବ ମାଷ୍ଟର ପ୍ଲାନ

add-all

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟନାୟକଙ୍କ ନିର୍ଦ୍ଦେଶ ଅନୁଯାୟୀ ମୁଖ୍ୟମନ୍ତ୍ରୀଙ୍କ ସଚିବ (୫-ଟି) ଭି କେ ପାଣ୍ଡିଆନ ଆଜି ପ୍ରତ୍ୟୁଷରେ ଜଗତସିଂହପୁରର ଝଙ୍କଡ଼ ପୀଠକୁ ଯାଇ ମା’ ସାରଳାଙ୍କୁ ପୂଜାର୍ଚନା କରିଥିଲେ ଏବଂ ପୀଠର ବିକାଶ ସମ୍ପର୍କରେ ସେବାୟତ, ସ୍ଥାନୀୟ ଜନସାଧାରଣ ଓ ଜିଲ୍ଲା ପ୍ରଶାସନ ସହ ଆଲୋଚନା କରିଥିଲେ।

ଝଙ୍କଡ଼ ଓଡ଼ିଶାର ଏକ ପ୍ରସିଦ୍ଧ ଶକ୍ତି ପୀଠ। ମା’ ସାରଳାଙ୍କ ଆଶୀର୍ବାଦରୁ ଏହି ପୀଠରୁ ଆଦିକବି ସାରଳା ଦାସ ସାରଳା ମହାଭାରତ ରଚନା କରିଥିଲେ। ପ୍ରତିଦିନ ଏହି ପୀଠକୁ ମା’ ଙ୍କ ଦର୍ଶନ ପାଇଁ ବିଭିନ୍ନ ସ୍ଥାନରୁ ଭକ୍ତ ମାନେ ଆସିଥାନ୍ତି। ତେଣୁ ଭକ୍ତ ମାନଙ୍କ ସୁବିଧା ପାଇଁ ପୀଠ ର ବିକାଶ ଜରୁରୀ ହୋଇ ପଡିଛି।

ଏହି ପରିପ୍ରେକ୍ଷୀରେ ମୁଖ୍ୟମନ୍ତ୍ରୀ ଙ୍କ ସଚିବ ଶ୍ରୀ ପାଣ୍ଡିଆନ ପୀଠର ବିକାଶ ସମ୍ପର୍କରେ ସେବାୟତ, ଜନସାଧାରଣ ଓ ଜିଲ୍ଲା ପ୍ରଶାସନ ସହ ବିସ୍ତୃତ ଆଲୋଚନା କରିଥିଲେ। ପୀଠର ଆବଶ୍ୟକତାକୁ ଭିତ୍ତି କରି ବିକାଶ ପାଇଁ ତୁରନ୍ତ ଏକ ମାଷ୍ଟର ପ୍ଲାନ ପ୍ରସ୍ତୁତ କରିବା ପାଇଁ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦେଇଥିଲେ।

ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ ପରେ ୫-ଟି ମଡେଲରେ ଏହା କାର୍ଯ୍ୟକାରୀ କରାଯିବ। ଏହି ପରିଦର୍ଶନ ସମୟରେ ଜଗତସିଂହପୁର ଜିଲ୍ଲାପାଳ ପାରୁଲ ପାଟୱାରୀ ଓ ଜିଲ୍ଲାର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।

ad-week
Leave A Reply

Your email address will not be published.