ବାଲିମେଳା : ଡଙ୍ଗା ଦୁର୍ଘଟଣାରେ ନିଖୋଜ ଥିବା ମୃତ ଦେହ ଉଦ୍ଧାର…

add-all


ଚିତ୍ରକୋଣ୍ଡା : ଦୁଇ ଦିନ ତଳେ ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ବ୍ଲକ ସ୍ବାଭିମାନ ଅଂଚଳରେ ବାଲିମେଳା ଜଳଭଣ୍ଡାର ରେ ଡଙ୍ଗା ବୁଡି ଘଟଣା ରେ ଦୁଇ ଜଣ ନିଖୋଜ ଥିଲେ। ଆଜି ସକାଳୁ ଦୁଇ ନିଖୋଜ ଥିବା ବ୍ୟକ୍ତି ଶବ ଉଦ୍ଧାର ହୋଇଛି। । ନାରିଙ୍ଗଝୋଲା ଗ୍ରାମରେ ସୋମବାର ସାପ୍ତାହିକ ହାଟ ସାରି ଏକ ଦେଶୀ ଡ଼ଙ୍ଗା ମାଧ୍ୟମରେ ତିନିଜଣ ଅପରାହ୍ନ ରେ ଫେରିବା ସମୟରେ ଓରାପଦର ପାଖରେ ଡଙ୍ଗା ବୁଡି ଯାଇଥିଲା। ଯାହା ଦ୍ବାରା ଦୁଇ ନିଖୋଜ ଥିବା ବେଳେ ଜଣେ ପହଁରି ଓରାପଦର କୂଳରେ ପହଞ୍ଚି ଥିଲା। ମୃତ ହୋଇଥିବା ବ୍ୟକ୍ତି ଙ୍କ ପରିଚୟ ଜଗନ୍ନାଥ ଗୋଲାରୀ ବୟସ ୧୯ ବର୍ଷ ପିତା-ସ୍ୱର୍ଗତ ଦୈଇତାରି ଗୋଲାରୀ ଯନ୍ତ୍ରୀ ପଂଚୟତ ର ଓରିଙ୍ଗ ଗ୍ରାମର ଗ୍ରାମବାସି ଓ ପିତାମ୍ବର ମୁଦୁଲି ବୟସ ୧୯ ବର୍ଷ ପିତା -ସୁନା ମୁଦୁଲି। ଯୋଡ଼ାମ୍ଭ ପୋଲିସ ଓ ଚିତ୍ରକୋଣ୍ଡା ଅଗ୍ନିଶମ ବିଭାଗ ମିଳିତ ଉଦ୍ୟମରେ ଉଦ୍ଧାର କରିଛନ୍ତି।ଯୋଡ଼ାମ୍ଭ ଥାନା ଅଧିକାରୀ କହିଛନ୍ତି ଆଜି ଶବ ବ୍ୟବଚ୍ଛେଦ ପରେ ମୁତ ଦେହକୁ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯିବ।

ad-week
Leave A Reply

Your email address will not be published.