ଜଙ୍ଗଲ ଗ୍ରାମ ସାନ ଢବାଖୋଳକୁ ମିଳିବ ରାଜସ୍ୱ ଗ୍ରାମର ମାନ୍ୟତା : ଗ୍ରାମବାସୀ ପାଳନ କାଲେ ରାଜସ୍ୱ ଗ୍ରାମର ଉଦ୍ଘାଟନୀ ଉତ୍ସବ…

add-all


ସୁନ୍ଦରଗଡ଼ : ବିଗତ ତିନି ତିନିଟି ଶାସନ କାଳରୁ ପ୍ରକୃତି କୋଳରେ ବସତି ସ୍ଥାପନ କରିଥିବା ଅନେକ ଆଦିବାସୀ ଅଧ୍ୟୁଷିତ ଗ୍ରାମ ଗୁଡିକ ନିଜ ନିଜ ଭିଟା ମାଟିର ପରିଚୟ ପାଇବା ପାଇଁ ହନ୍ତସନ୍ତ ହେଉଛନ୍ତି ତଥା ସଂଘର୍ଷ ଜାରି ରଖିଛନ୍ତି। ସେହିପରି ଏକ ଆଦିବାସୀ ବହୁଳ ଜଙ୍ଗଲ ଗ୍ରାମ ହେଉଛି ଟାଙ୍ଗରପାଳି ବ୍ଲକ ଅନ୍ତର୍ଗତ ରତନପୁର ଗ୍ରାମ ପଞ୍ଚାୟତର ସାନ ଢବାଖୋଳ ଗ୍ରାମ। ଗ୍ରାମରେ ବସବାସ କରୁଥିବା ୬୨ ଟି ପରିବାରରୁ ୫୨ ଟି ପରିବାର ଜଙ୍ଗଲ ଅଧିକାର ଆଇନ-୨୦୦୬ ଅନୁସାରେ ବ୍ୟକ୍ତିଗତ ଶିରୋନାମା ପାଇଥିଲେ ମଧ୍ୟ ଏ ପର୍ଯ୍ୟନ୍ତ ଗୋଷ୍ଠୀଗତ ଜଙ୍ଗଲ ଅଧିକାର ତଥା ରାଜସ୍ୱ ଗ୍ରାମ ନିମନ୍ତେ ନିୟମିତ ଦାବି କରିଆସୁଥିଲେ ମଧ୍ୟ ଏହାର ମାନ୍ୟତା ମିଳି ନ ଥିଲା। ଗତ ଏପ୍ରିଲ ୨୦୨୧ ରେ ସ୍ଵେଚ୍ଛାସେବୀ ଅନୁଷ୍ଠାନ ସେବକର ସହାୟତାରେ ଗ୍ରାମଟି ଗୋଷ୍ଠୀଗତ ଅଧିକାର ନିମନ୍ତେ ବିଭିନ୍ନ ପ୍ରକ୍ରିୟା ଆରମ୍ଭ କରି ସ୍ଵତନ୍ତ୍ର ଗ୍ରାମସଭା ସହାୟତାରେ ଉପଖଣ୍ଡ ସ୍ତରୀୟ କମିଟିକୁ ଏହାର ଅନୁମୋଦନ ପାଇଁ ପ୍ରେରଣ କରାଗଲା। ଏହାପରେ ସମନ୍ଵିତ ଆଦିବାସୀ ଉନ୍ନୟନ ବିଭାଗ ଓ ଜିଲ୍ଲା ସ୍ତରୀୟ କମିଟିର ସହାୟତାରେ ଏହି ଜଙ୍ଗଲ ଗ୍ରାମକୁ ରାଜସ୍ୱ ଗ୍ରାମରେ ପରିଣତ କରିବା ନିମନ୍ତେ ତାଲିକା ଭୁକ୍ତ କରାଗଲା ତଥା ମାଣିକେଶ୍ବରୀ ରୁରାଳ ଡେଭେଲପମେଣ୍ଟ ସୋସାଇଟି (ଏମ.ଆର.ଡି.ଏସ.)କୁ ଏଥି ନିମନ୍ତେ ଦାୟିତ୍ଵ ହସ୍ତାନ୍ତର କରାଗଲା।
ସମନ୍ଵିତ ଆଦିବାସୀ ଉନ୍ନୟନ ବିଭାଗର ଚିଠି ଅନୁଯାୟୀ ଆଜି ତା: ୨୬.୪.୨୦୨୨ ରିଖ ଦିନ ଏହି ଗ୍ରାମକୁ ରାଜସ୍ୱ ଗ୍ରାମର ମାନ୍ୟତା ମିଳିବାର ଉଦ୍ଘାଟନୀ ଉତ୍ସବ ଗ୍ରାମବାସୀ, ଜଙ୍ଗଲ ଅଧିକାର କମିଟି, ଆଇ.ଟି.ଡି.ଏ., ଏମ.ଆର.ଡି.ଏସ. ଓ ସେବକ ରଙ୍ଗିଆମୁଣ୍ଡାର ମିଳିତ ଉଦ୍ୟମରେ ଆୟୋଜନ କରାଯାଇଥିଲା। ସେବକର ଅଧ୍ୟକ୍ଷ ଅମିୟ କାନ୍ତ ନାଏକଙ୍କ ଅଧ୍ଯକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମର ମୁଖ୍ୟ ଅତିଥି ଭାବରେ ଯୋଗଦାନ କରି ଟାଙ୍ଗରପାଳି ତହସିଲଦାର ସଞ୍ଜୁକ୍ତା ବା ଗ୍ରାମବାସୀଙ୍କୁ ଅଭିନନ୍ଦନ ଜଣାଇବା ସହିତ ରାଜସ୍ୱ ବିଭାଗ ତରଫରୁ ଆଗାମୀ ଦିନରେ ସମସ୍ତ ସହଯୋଗ କରାଯିବ ବୋଲି ପ୍ରତିଶୃତି ଦେଇଥିଲେ। ସମ୍ମାନିତ ଅତିଥି ଭାବରେ ଯୋଗଦାନ କରି ଉଜ୍ଜଳପୁର ବନାଞ୍ଚଳ ଅଧିକାରୀ ସଂଗ୍ରାମ କିଶୋରୀ ମଣିହିରା ଗ୍ରାମବାସୀଙ୍କୁ ଜଙ୍ଗଲ ସମ୍ବଳର ସୁରକ୍ଷାକରିବା ସହ ବିଭିନ୍ନ ରୋଜଗାର ଭିତ୍ତିକ କାର୍ଯ୍ୟ କ୍ରମରେ ସାମିଲ ହେବା ନିମନ୍ତେ ଆହ୍ଵାନ ଦେଇଥିଲେ। ଅନ୍ଯତମ ଅତିଥି ମଙ୍ଗଲ ସଂପ୍ରସାରଣ ଅଧିକାରୀ କାଳିଦାସ ମାରାଣ୍ଡି ଆଗାମୀ ଦିନରେ ଗ୍ରାମରେ ଅନେକ ଏକାଭିମୁଖୀତା କାର୍ଯ୍ୟକ୍ରମ ଆରମ୍ଭ କରାଯିବ ବୋଲି ସୂଚନା ଦେଇଥିଲେ। ଏମ.ଆର.ଡି.ଏସ.ର ଉପ ସଭାପତି ଦେବାଶିଷ କବି ଆଗାମୀ ଦିନରେ ହେବାକୁଥିବା ପ୍ଲାନେଟ ଟେବୁଲ ବୈଠକ ଉପରେ ବିସ୍ତୃତ ଭାବରେ ବୁଝାଇଥିଲେ। ସ୍ଵତନ୍ତ୍ର ବକ୍ତା ଭାବରେ ଯୋଗଦାନ କରି ଓଡିଶା ବନାଞ୍ଚଳ ଉନ୍ନୟନ ପ୍ରକଳ୍ପର ଉଜ୍ଜଳପୁର ଟିମ ଲିଡର ଦିଗାମ୍ବର ଉପାଧ୍ୟାୟ ଆଦିବାସୀ ପରମ୍ପରା, ଜୀବନ ଶୈଳୀ, ଜଙ୍ଗଲ ସହିତ ତାଙ୍କର ନିବିଡ ସମ୍ପର୍କ ତଥା ସେମାନଙ୍କ ସାମଗ୍ରିକ ବିକାଶ ଉପରେ ପ୍ରାଞ୍ଜଳ ଭାବରେ ବୁଝାଇଥିଲେ। ଶେଷରେ ସେବକର ବେଦବ୍ୟାସ ଧୁରୁଆ ଧନ୍ୟବାଦ ପ୍ରଦାନ କରିଥିଲେ। ଏହି ଅବସରରେ ଉପସ୍ଥିତ ଅତିଥି ମାନଙ୍କ ଦ୍ଵାରା ପ୍ଲାନେଟ ଟେବୁଲ ସର୍ଭେ ସ୍ଥଳୀକୁ ଉଦଘାଟନ କରାଗଲା। ସଂପୂର୍ଣ୍ଣ କାର୍ଯ୍ୟକ୍ରମକୁ ସେବକର ଚନ୍ଦ୍ର ଶେଖର ପଟେଲ, ବର୍ଷା ସାହୁ, ଜସ୍ମିନ ପଟେଲ, ସୁବାସିନୀ ନାଏକ, ସମୀର ରାଉଡିଆ, ସାନଢବାଖୋଳ ଜଙ୍ଗଲ ଅଧିକାର କମିଟିର ସଭ୍ଯ ସଭ୍ୟା ମାନେ ପରିଚାଳନା କରିଥିଲେ।

ad-week
Leave A Reply

Your email address will not be published.