ଜେଲ୍‌ରୁ ମୁକୁଳିଲେ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ

add-all

ଖୋର୍ଦ୍ଧା: ଜାମିନରେ ମୁକୁଳିଲେ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ। ହାଇକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ସେ ୭ ଦିନିଆ ଅନ୍ତରୀଣ ଜାମିନରେ ବାଣପୁର ଉପକାରାଗାରରୁ ମୁକୁଳିଛନ୍ତି। ଗତ ଏପ୍ରିଲ ୨୨ ତାରିଖରେ ହାଇକୋର୍ଟରୁ ଜଗଦ୍ଦେବଙ୍କୁ ଅନ୍ତରୀଣ ଜାମିନ ମିଳିଥିଲା। ତେବେ ସ୍ବାସ୍ଥ୍ୟଜନିତ ସମସ୍ୟା ପାଇଁ ତାଙ୍କୁ ଅନ୍ତରୀଣ ଜାମିନ ପ୍ରଦାନ କରାଯାଇଛି।

ବୁଧବାର ପ୍ରଶାନ୍ତଙ୍କ ଓକିଲ ବାଣପୁର କୋର୍ଟରେ ଜାମିନ ନିର୍ଦ୍ଦେଶ ଦାଖଲ କରିଥିଲେ। ଏହା ପରେ ବିଧାୟକ ଜେଲ୍‌ରୁ ମୁକୁଳିଥିଲେ। ତେବେ ୧ ଲକ୍ଷ ଟଙ୍କାର ସିକ୍ୟୁରିଟି ବଣ୍ଡ ସହ ୨ଜଣ ଜାମିନଦାରଙ୍କ ବଦଳରେ ବିଧାୟକଙ୍କୁ ଏହି ଅନ୍ତରୀଣ ଜାମିନ ମିଳିଛି। ୭ ଦିନ ପରେ ବିଧାୟକ ପୁଣି ଆସି ସରେଣ୍ଡର କରିବେ।

ସୂଚନାଯୋଗ୍ୟ, ଗତ ମାସ ୧୨ ତାରିଖରେ ବାଣପୁର ବ୍ଲକ ସାମ୍ନାରେ ଲୋକଙ୍କ ଉପରେ ଗାଡ଼ି ମଡ଼ାଇବା ଘଟଣାରେ ବିଧାୟକ ପ୍ରଶାନ୍ତ ଗିରଫ ହୋଇଥିଲେ। ତାଙ୍କ ଜାମିନ ଆବେଦନ ଖାରଜ ହେବା ପରେ ସେ ବାଣପୁର ଉପକାରାଗାରରେ ଥିଲେ।

ad-week
Leave A Reply

Your email address will not be published.