ରାଜଧାନୀରେ ଅଭାବନୀୟ ଘଟଣା : ଦେଢ଼ ବର୍ଷର ଶିଶୁ ପୁତ୍ରକୁ ହତ୍ୟା ପରେ ବାପା-ମା ଙ୍କ ଆତ୍ମହତ୍ୟା

add-all

ଭୁବନେଶ୍ବର : ରାଜଧାନୀ ଭୁବନେଶ୍ବରରେ ଅଭାବନୀୟ ଘଟଣା। ଗୋଟିଏ ପରିବାରର ୩ ମୃତ୍ୟୁ। ଦେଢବର୍ଷର ଶିଶୁ ପୁତ୍ରକୁ ହତ୍ୟା ପରେ ବାପା ମା ଆତ୍ମହତ୍ୟା କରିଛନ୍ତି। ଭୁବନେଶ୍ୱର ଲକ୍ଷ୍ମୀସାଗର ଥାନା ଚିନ୍ତାମଣିଶ୍ୱର ଅଞ୍ଚଳରେ ଘଟିଛି ଏଭଳି ଅଭାବନୀୟ ଘଟଣା। ମୃତକ ତୁଷାର ରାଜେନ୍ଦ୍ର ଜଗତପ ଓ ପତ୍ନୀ ନିଲା ତୁଷାର ଜଗତପ୍‌ ଥିବା ବେଳେ ଶିଶୁର ବୟସ ୧୫ ମାସ ବୋଲି ଜଣାପଡିଛି।

ମିଳିଥିବା ସୂଚନାଅନୁସାରେ ମହାରାଷ୍ଟ୍ରର ବାସିନ୍ଦା ହେଉଛନ୍ତି ତୁଷାର ରାଜେନ୍ଦ୍ର ଜଗତପ। ସେ ଲକ୍ଷ୍ମୀସାଗର ଥାନା ଚିନ୍ତାମଣିଶ୍ୱର ଅଞ୍ଚଳରେ ରହୁଥିଲେ । ସେ ତାଙ୍କ ଦେଢ ବର୍ଷର ପୁଅକୁ ହତ୍ୟା କରିବା ପରେ ସ୍ୱାମୀ ଓ ସ୍ତ୍ରୀ ବେକରେ ଲୁଗା ଲଗାଇ ଆତ୍ମହତ୍ୟା କରିଛନ୍ତି। ଷାରଙ୍କ ବାପା ସାବତ ମାଙ୍କ ନାଁରେ ମହାରାଷ୍ଟ୍ରରେ ଥିବା ସବୁ ଜମିବାଡି କରାଇଦେଇଥିବାରୁ ତୁଷାର ଏଭଳି ଚରମ ନିଷ୍ପତ୍ତି ନେଇଥିବା ଡିସିପି ଉମାଶଙ୍କର ଦାଶ ସୂଚନା ଦେଇଛନ୍ତି। ପୁଲିସ ମୃତଦେହ ଉଦ୍ଧାର କରି ଅଧିକ ତଦନ୍ତ ଜାରି ରଖିଛି।

ad-week
Leave A Reply

Your email address will not be published.