ଡ୍ରେନ୍ ଖୋଳିବା ବେଳେ ଅଘଟଣ, ଧସିଗଲା କୋଠାଘର ସମେତ ୫ ଦୋକାନ

add-all

ବାଲେଶ୍ଵର: ଡ୍ରେନ୍ ଖୋଳିବା ବେଳେ ଧସିଗଲା ଘର। ବାଲେଶ୍ଵର ସହର ମୁନିସପାଲିଟି ସମ୍ମୁଖରେ ଏଭଳି ଘଟଣା ଘଟିଛି। ଏଠାରେ ଠିକାଦାର ଜେସିବି ଲଗାଇ ଡ୍ରେନ୍ ଖୋଳୁଥିଲେ। ଏହି ସମୟରେ ଏକ କୋଠା ଘର ସମେତ ୫ଟି ଦୋକାନ ଘର ଧସି ଯାଇଛି। ତେବେ ଏହି ଘଟଣାରେ କେହି ମୃତାହତ ହୋଇନଥିବା ସୂଚନା ମିଳିଛି।

ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଯାଇଛି। ଫଳରେ ଘର ମାଲିକ ଅସନ୍ତୋଷ ପ୍ରକାଶ କରିଛନ୍ତି। ଠିକାଦାରଙ୍କ ଖାମଖିଆଲି ନୀତି ଯୋଗୁଁ ଏଭଳି ଘଟିଥିବା ଅଭିଯୋଗ କରିଛନ୍ତି।

ad-week
Leave A Reply

Your email address will not be published.