ଆସନ୍ତାକାଲିଠୁ ସିଂହଦ୍ୱାର ଓ ପଶ୍ଚିମ ଦ୍ୱାର ଦେଇ ଦର୍ଶନ କରିବେ ଭକ୍ତ

add-all

ପୁରୀ: ଆସନ୍ତାକାଲି ଠାରୁ ଶ୍ରୀମନ୍ଦିର ସିଂହଦ୍ଵାର ଓ ପଶ୍ଚିମ ଦ୍ଵାର ଦେଇ ମହାପ୍ରଭୁଙ୍କ ଦର୍ଶନ କରିବେ ଭକ୍ତ । ଏହାସହ ଉତ୍ତର‌ ଓ ଦକ୍ଷିଣ ଦ୍ଵାର ଦେଇ ଭକ୍ତ ମାନେ ପ୍ରସ୍ଥାନ କରିବେ । ତେବେ ଆସନ୍ତା ମେ ତିନି ତାରିଖରେ ପବିତ୍ର ଅକ୍ଷୟ ତୃତୀୟା ଅବସରରେ ମହାପ୍ରଭୁଙ୍କ ବିଶ୍ବ ପ୍ରସିଦ୍ଧ ରଥଯାତ୍ରା ପାଇଁ ରଥନିର୍ମାଣ କାର୍ଯ୍ୟ ଆରମ୍ଭ ହେବାକୁ ଥିବାରୁ ଶ୍ରୀକ୍ଷେତ୍ରରେ ଭକ୍ତଙ୍କ ଭିଡ ଜମିବ।

ଏହାସହ କୋଭିଡ ସଂକ୍ରମଣ ଯୋଗୁ ଗତ ଦୁଇବର୍ଷ ଧରି ଭକ୍ତମାନେ ଚନ୍ଦନ ଯାତ୍ରାରେ ସାମିଲ ହେବାରୁ ବଞ୍ଚିତ ଥିବାବେଳେ ଏଥର କିନ୍ତୁ ଭକ୍ତଙ୍କ ଗହଣରେ ଚାପ ଖେଳିବେ ମହାପ୍ରଭୁଙ୍କ ଚଳନ୍ତି ପ୍ରତିମା । ଏଥିପାଇଁ ସଜେଇ ହେଉଛି ନରେନ୍ଦ୍ର ପୁଷ୍କରିଣୀ । ତେବେ କୋଭିଡ ସଂକ୍ରମଣ ଧିରେ ଧିରେ ବଢୁଥିବାରୁ ଚନ୍ଦନ ଯାତ୍ରାରେ ସାମିଲ ହେବାକୁ ଥିବା ଭକ୍ତ ମାନେ କୋଭିଡ ନିୟମ କଡାକଡି ପାଳନ କରିବା ପାଇଁ ଜିଲ୍ଲାପାଳ ଅନୁରୋଧ କରିଛନ୍ତି ।

ମହାପ୍ରଭୁଙ୍କ ବିଶ୍ବ ପ୍ରସିଦ୍ଧ ଚନ୍ଦନ ଯାତ୍ରା ଅବସରରେ ଭକ୍ତମାନେ କିଭଳି ଭାବେ ଶୃଙ୍ଖଳିତ ଦର୍ଶନ କରିବା ସହ ସୁରକ୍ଷା ବ୍ୟବସ୍ଥା ଉପରେ ଜିଲ୍ଲା ଓ ପୋଲିସ ପ୍ରଶାସନ ବିଶେଷ ଧ୍ୟାନ ଦେଇଛି। ନରେନ୍ଦ୍ର ପୁଷ୍କରିଣୀ ଅଞ୍ଚଳର ରାସ୍ତାଘାଟ, ନିରବଚ୍ଛିନ୍ନ ବିଦ୍ୟୁତ୍ ସେବା, ପୋଲିସ ଓ ଅଗ୍ନିଶମ ବାହିନୀଙ୍କ ସହ ସମସ୍ତ ବିଭାଗର ଅଧିକାରୀଙ୍କୁ ନେଇ ଆସନ୍ତା ୩୦ ତାରିଖରେ ହେବାକୁ ଥିବା ବୈଠକରେ ସମସ୍ତ ପଦକ୍ଷେପ ନିଆଯିବ ବୋଲି ଜିଲ୍ଲାପାଳ କହିଛନ୍ତି।

ad-week
Leave A Reply

Your email address will not be published.