ରାଜଧାନୀ ଭୁବନେଶ୍ୱରରେ ମିଳିବ ମାଗଣା ୱାଇଫାଇ

add-all

ଭୁବନେଶ୍ୱର : ରାଜଧାନୀ ଭୁବନେଶ୍ୱରରେ ମିଳିବ ମାଗଣା ୱାଇଫାଇ। ତାହାବି ପୁଣି ହାଇସ୍ପିଡ୍ ଇଣ୍ଟରନେଟ୍। ସ୍ମାର୍ଟସିଟିକୁ ଆହୁରି ସ୍ମାର୍ଟ କରାଇବା ପାଇଁ ଏଭଳି ସେବା ଆରମ୍ଭ କରିଛି ଭୁବନେଶ୍ୱର ସ୍ମାର୍ଟସିଟି ଲିମିଟେଡ୍ ( ବିଏସ୍‌ସିଏଲ) । ବିଏସ୍‌ସିଏଲ ପକ୍ଷରୁ ୨୦୧୮ରେ ମାଗଣା ୱାଇଫାଇ ନେଇ ପ୍ରକଳ୍ପ ଆରମ୍ଭ ହୋଇଥିଲା। ମାତ୍ର ୨ ଶହ ପଏଣ୍ଟରୁ ଆରମ୍ଭ ହୋଇଥିବା ଏହି ପ୍ରକଳ୍ପରେ ଏବେ ସୁଦ୍ଧା ପାଖାପାଖି ୧୪୦୦ ପଏଣ୍ଟକୁ ସଂଯୋଗ ହୋଇପାରିଛି।

ତେବେ ଆଗରୁ କେବଳ ରେଳଷ୍ଟେସନରେ ମାଗଣା ୱାଇଫାଇ ମିଳୁଥିଲା । ବାକି ଅନ୍ୟ ସ୍ଥାନମାନଙ୍କରେ ମାଗଣା ୱାଇଫାଇ ସେବା ଉପଲବ୍ଧ ନଥିଲା । ତେବେ ପ୍ରାଥମିକ ପର୍ଯ୍ୟାୟରେ ମୋଟ ୧୩୫୦ଟି ସ୍ଥାନରେ ପଏଣ୍ଟ କାର୍ଯ୍ୟକ୍ଷମ ହୋଇଛି । ଅବଶିଷ୍ଟ ପଏଣ୍ଟଗୁଡିକର କାର୍ଯ୍ୟ ଖୁବଶୀଘ୍ର ସରିବ ବୋଲି ବିଏସ୍‌ସିଏଲ ପକ୍ଷରୁ କୁହାଯାଇଛି ।

ରାଜଧାନୀବାସୀ ଓ ରାଜଧାନୀକୁ ଆସୁଥିବା ଲୋକଙ୍କୁ ଉନ୍ନତମାନର ଓ ନିରବଛିନ୍ନ ଇଣ୍ଟରନେଟ୍ ସେବା ଯୋଗାଇଦେବା ପାଇଁ ଏହିସେବା ଆରମ୍ଭ ହୋଇଛି।

ଏଭଳି ସେବା ପାଇଁ ରାଜଧାନୀର ଯୁବକ ଯୁବତୀ, ଛାତ୍ରଛାତ୍ରୀ ଓ ବିଶେଷ କରି ଗରିବ ଲୋକମାନେ ଉପକୃତ ହେବେ। ଏହି ସୁବିଧା ପାଇବାକୁ ହେଲେ ଭୁବନେଶ୍ୱର ମି ଆପ୍‌କୁ ଡାଉନଲୋଡ୍ କରିବାକୁ ହେବ। ଏହି ଆପକୁ ଲଗଇନ୍‌ କଲେ ମୋବାଇଲ ନମ୍ବରକୁ ଓଟିପି ଯିବ। ଏହାକୁ ଦାଖଲ କରିବା ପରେ ମାଗଣା ୱାଇଫାଇ ସେବା ପାଇପାରିବେ। ତେବେ କୌଣସି ସମସ୍ୟା ଆସିଲେ ସମାଧାନ ପାଇଁ ୨୪ଘଣ୍ଟିଆ କର୍ମଚାରୀ ବି ରହିବେ।

ad-week
Leave A Reply

Your email address will not be published.