ନାବାଳିକାଙ୍କ ଅଶ୍ଲୀଳ ଫଟୋ କରି ଫେକ୍ ଆକାଉଣ୍ଟରେ ବ୍ଲାକମେଲ୍, ଅଭିଯୁକ୍ତ ଗିରଫ

add-all

କଟକ: ନାଵାଳିକା ମାନଙ୍କର ଫଟୋକୁ ଏଡିଟିଂ କରି ଅଶ୍ଳୀଳ ଫଟୋ ତିଆରି କରି ଵ୍ଲାକମେଲ୍ କରୁଥିବା ଜଣେ ଯୁଵକଙ୍କୁ ଗିରଫ କରିଛି କଟକ ସାଇଵର ଥାନା ପୋଲିସ । ଅଭିଯୁକ୍ତ ଯୁଵକ ସୋସିଆଲ ମିଡିଆ ମାଧ୍ୟମରେ ନାଵାଳିକା ମାନଙ୍କୁ ଫ୍ରେଣ୍ଡ ରିକୁଏଷ୍ଟ ପଠାଉଥିଲେ । ସମ୍ପୃକ୍ତ ନାଵାଳିକା ଫ୍ରେଣ୍ଡ ରିକୁଏଷ୍ଟ ଗ୍ରହଣ କରିବା ପରେ ତାଙ୍କ ଆକାଉଣ୍ଟରେ ଥିବା ଫଟୋ ଗୁଡିକୁ ଡାଉନଲୋଡ କରି ସର୍ଫି ଵା ଏଡିଟିଂ ଜରିଆରେ ସେଗୁଡିକୁ ଅଶ୍ଳୀଳ ଫଟୋରେ ପରିଣତ କରି ଏକ ଫେକ୍ ଆକାଉଣ୍ଟରୁ ସମ୍ପୃକ୍ତ ନାଵାଳିକାଙ୍କୁ ସେହି ଫଟୋ ପଠାଉଥିଲେ ।

ଏହା ପରେ ନାଵାଳିକାଙ୍କୁ ଫେକ୍ ଆକାଉଣ୍ଟରୁ ଭିଡିଓ କଲ୍ ଗ୍ରହଣ କରିବା ପାଇଁ ମେସେଜ୍ କରୁଥିଲେ ଯୁଵକ । ଭିଡିଓ କଲ ଵେଳେ ନାଵାଳିକା ମାନଙ୍କର ଅଶ୍ଳୀଳ ଭିଡିଓ ରେକର୍ଡିଂ କରି ଵ୍ଲାକମେଲ୍ କରିଵାକୁ ଚେଷ୍ଟା କରୁଥିଲେ । ଏହିଭଳି ପ୍ରାୟ ୪୫ଜଣ ନାଵାଳିକାଙ୍କୁ ଵ୍ଲାକମେଲ୍ କରିବା ପାଇଁ ଅଭିଯୁକ୍ତ ଜାଲ ଵିଛାଇଥିଲେ ଵୋଲି ଡିସିପି କହିଛନ୍ତି ।

ଏପରିକି କିଛି ଵରିଷ୍ଠ ନାଗରିକ ମଧ୍ୟ ଏହି ଵ୍ଲାକମେଲରଙ୍କ ଜାଲରେ ଫସିଛନ୍ତି । ସେପଟେ ଏହି ଘଟଣା ପରେ କୌଣସି ଅଜଣା ଵ୍ୟକ୍ତିଙ୍କ ଫ୍ରେଣ୍ଡ ରିକୁଏଷ୍ଟ ଗ୍ରହଣ ନକରିବା ପାଇଁ ସାଇଵର ଥାନା ପକ୍ଷରୁ ପରାମର୍ଶ ଦିଆଯାଇଛି । ଵିଶେଷ କରି ଅଳ୍ପ ଵୟସ୍କ ଝିଅ ମାନେ ଏଥିପ୍ରତି ଵିଶେଷ ସାବଧାନ ହେଵାକୁ ପୋଲିସ ପରାମର୍ଶ ଦେଇଛି । ଏହା ସହ ଟିନ ଏଜ୍ ପିଲା ମାନଙ୍କର ସୋସିଆଲ ମିଡିଆ ଆକ୍ଟିଭିଟିକୁ ଵାପା ମା’ ନଜର ରଖିବା ଜରୁରୀ ଵୋଲି ସାଇଵର ଥାନା ଅଧିକାରୀ କହିଛନ୍ତି । ଅନ୍ୟପଟେ ଅଭିଯୁକ୍ତ ନାଵାଳିକା ମାନଙ୍କୁ ସଚେତନ କରିବା ପାଇଁ ଏଭଳି କରୁଥିବା କହିଛନ୍ତି ।

ad-week
Leave A Reply

Your email address will not be published.