ବୟଫ୍ରେଣ୍ଡଙ୍କୁ ୯୭ ଲକ୍ଷ ଟଙ୍କା ପଠାଇ ବନ୍ଧା ହେଲେ ମହିଳା ଆକାଉଣ୍ଟାଣ୍ଟ

add-all

ଭୁବନେଶ୍ବର: ୯୭ ଲକ୍ଷ ଟଙ୍କା ହଡ଼ପ ଅଭିଯୋଗରେ ତମାଣ୍ଡୋ ସ୍ଥିତ ସିଭିରମଣ ଇଞ୍ଜିନିୟରିଂ କଲେଜର ମହିଳା ଆକାଉଣ୍ଟାଣ୍ଟ ଗିରଫ ହୋଇଥିବା ଜଣାଯାଇଛି। ସିଭି ରମଣ ଇଞ୍ଜିନିୟରିଂ କଲେଜର ମହିଳା ଆକାଉଣ୍ଟାଣ୍ଟ ପାୟଲ ମହାପାତ୍ର ତାଙ୍କର ବୟଫ୍ରେଣ୍ଡଙ୍କୁ ୯୭ ଲକ୍ଷ ଟଙ୍କା ପଠାଉଥିବାର ଅଭିଯୋଗ ହୋଇଥିଲା। ବର୍ଷକ ଭିତରେ ସେ ଫି ବାବଦ ୯୭ ଲକ୍ଷ ଟଙ୍କା ଡିପୋଜିଟ୍ ନ କରି ଫୋନ ପେ ଜରିଆରେ ବୟଫ୍ରେଣ୍ଡଙ୍କ ପାଖକୁ ପଠାଇଥିଲେ।

ସିଭିରମଣ ଇଞ୍ଜିନିୟରିଂ କଲେଜ କର୍ତ୍ତୃପକ୍ଷ ଟଙ୍କା ଗାଏବ ନେଇ ତମଣ୍ଡୋ ଥାନାରେ ଅଭିଯୋଗ କରିଥିଲେ। ଅଭିଯୋଗ ପରେ ମହିଳା ଆକାଉଣ୍ଟାଣ୍ଟ ପାୟଲ ମହାପାତ୍ରଙ୍କୁ ପୁଲିସ ଗିରଫ କରିଛି। ଗିରଫ ପରେ ସେ ସବୁ ସତ ମାନିଥିବା ଜଣାଯାଇଛି। ଅଭିଯୁକ୍ତ ପାୟଲ ମହାପାତ୍ରଙ୍କ ଘର କଟକର ୪୨ ମଉଜା ଅଞ୍ଚଳରେ ବୋଲି ଜଣାଯାଇଛି।

ad-week
Leave A Reply

Your email address will not be published.