ନକଲି ଭିନ୍ନକ୍ଷମ ସାର୍ଟିଫିକେଟ ଦେଇ ନାମଲେଖା ଅଭିଯୋଗ: ୬ ଛାତ୍ରଛାତ୍ରୀଙ୍କ ନାମରେ ଏତଲା

add-all

ଭୁବନେଶ୍ବର: ନକଲି ଭିନ୍ନକ୍ଷମ ସାର୍ଟିଫିକେଟ ଦେଇ ନାମ ଲେଖାଇବା ଅଭିଯୋଗରେ ଭୁବନେଶ୍ୱରର ରାଜଧାନୀ କଲେଜର ୬ଜଣ ଛାତ୍ରଛାତ୍ରୀଙ୍କ ନାମରେ ଏତଲା ହୋଇଛି। ୨୦୨୧ ଓ ୨୦୨୨ ଶିକ୍ଷାବର୍ଷରେ ଆଡମିସନ କରିଥିବା ୨୭ଜଣ ଛାତ୍ରଛାତ୍ରୀଙ୍କ ଭିନ୍ନକ୍ଷମ ସାର୍ଟିଫିକେଟ ଚେକ୍ କରିବା ପାଇଁ ବିଭିନ୍ନ ଜିଲାର ସିଡିଏମଓଙ୍କୁ ଚିଠି ଲେଖିଥିଲେ କଲେଜ ଅଧ୍ୟକ୍ଷା।

ତେବେ ୨୭ଜଣ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୬ଜଣ ଛାତ୍ରଛାତ୍ରୀଙ୍କ ସାର୍ଟିଫିକେଟ ନକଲି ବୋଲି ଜଣା ପଡ଼ିଛି। ଏହାକୁ ନେଇ କଲେଜ ଅଧ୍ୟକ୍ଷା ଖଣ୍ଡଗିରି ଥାନାରେ ଏତଲା ଦେଇଛନ୍ତି।

ad-week
Leave A Reply

Your email address will not be published.