
ଫୁଲବାଣୀ : ଏପ୍ରିଲ ୨୮ତାରିଖ ଉତ୍କଳ ଗୌରବ ମଧୁସୂଦନଙ୍କୁ ଜନ୍ମ ଜୟନ୍ତୀ ଭାବେ ସମଗ୍ର ରାଜ୍ୟରେ ପାଳନ କରାଯାଇଛି। ମିଳିତ ନାଗରିକ କମିଟି ପକ୍ଷରୁ ସାମ୍ବାଦିକ ଭବନ ଠାରେ ଉତ୍କଳ ଗୌରବ ଙ୍କ ଫଟୋ ଚିତ୍ରରେ ମାଲ୍ୟାର୍ପଣ କରି ସଦସ୍ୟମାନେ ଭକ୍ତି ପୂତ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ଜଣେ ସଚ୍ଚା ଦେଶସେବକ ଓ ଖାଣ୍ଟି ଓଡ଼ିଆ ଥିଲେ। ଓଡ଼ିଶାର ସ୍ୱାଭିମାନ ପାଇଁ ସର୍ବଦା ଲଢେ଼ଇ କରୁଥିଲେ।ଓଡିଆ ମାନଙ୍କର ସ୍ୱାର୍ଥପରତା ଯୋଗୁଁ ବିଶେଷ ମର୍ମାହତ ଥିଲେ।ଦେଶ ସେବାକୁ ଜୀବନର ବ୍ରତ ବୋଲି ଧରିନେଇଥିଲେ।ବିଛନ୍ନାଞଳ ଓଡ଼ିଆ ଭାଷା ଭାଷୀ ଅଞ୍ଚଳ କୁ ଏକତ୍ରୀକରଣ କରିବା ପାଇଁ ଉତ୍କଳ ସମ୍ମିଳନୀ ଗଠନ କରି ନିଃସ୍ୱାର୍ଥପର ଓ ନିଷ୍ଠାପର ଭାବେ କର୍ତ୍ତବ୍ୟ କରି ଶେଷରେ ଭାଷା ଭିତିରେ ସ୍ୱତନ୍ତ୍ର ଓଡିଶା ପ୍ରଦେଶ ଗଠନ କରିବାକୁ ଇଂରେଜ ମାନେ ବାଧ୍ୟ ହୋଇଥିଲେ।ଇଂଲଣ୍ଡରେ ଛାତ ଉପରେ ହେଉଥିବା ଶୂନ୍ୟ କିଣା ବନ୍ଦ କରାଇଥିଲେ।ଫକୀରମୋହନଙ୍କ ଚିଠି ର ପାନ ଗୁଆ ସଠିକ ବ୍ୟାଖ୍ୟା କରି ସୈନ୍ୟ ପଠାଇ ଫକୀରମୋହନଙ୍କୁ ମୁକୁଳାଇଥିଲେ୍।ଉତ୍କଳ ଟ୍ୟାନେରି,କଟକର ତାରକଷିକାମର ସ୍ରଷ୍ଟା ଥିଲେ।ମନ୍ତ୍ରୀ ଭାବେ ଦରମା ନେବାକୁ ବିରୋଧ କରି ବିନା ବେତନରେ କାର୍ଯ୍ୟ କରିବାକୁ ସୁଯୋଗ ନ ମିଳିବାରୁ ମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ। ତାଙ୍କର ଶେଷ ଇଛା ସେ ମୃତ୍ୟୁ ଶଯ୍ୟାରେ କହିଥିଲେଯେ ଜଣେ ଓଡିଆ କେହି ଥିଲା ବୋଲି ଓଡିଶା ବାସୀ ମନେ ପକାଇବେ। କମିଟି ର ଆବାହକ ଅଶୋକ ପରିଡାଙ୍କ ସଂଯୋଜନାରେ ନବୀନ କିଶୋର ପଣ୍ଡା,ରବୀନ୍ଦ୍ରନାଥ ମିଶ୍ର, ବ୍ରଜ ପଟନାୟକ, ବିଜୟ କୃଷ୍ଣ ପଟନାୟକ, ପ୍ରଶାନ୍ତ ପ୍ରଧାନ, ସଚିଦାନନ୍ଦ ପଟନାୟକ, ବିକାଶ ମହାନ୍ତି, ବ୍ରହ୍ମା ବେହେରା,ମନୋଜ ଚୌଧୁରୀ, ଶିବାନନ୍ଦ ପଟ୍ଟନାୟକ,ଜ୍ୟୋତିର୍ମୟୀ କହଁର ପ୍ରମୁଖ ଯୋଗ ଦେଇ କୁଳବୃଦ୍ଧ ଉତ୍କଳ ଗୌରବ ମଧୁସୂଦନ ଦାସଙ୍କୁ ମନେପକାଇ ସ୍ମୃତି ଚାରଣ କରିଥିଲେ। ଉତ୍କଳ ଗୌରବଙ୍କୁ ମରଣୋତ୍ତର ଭାରତ ରତ୍ନ ପ୍ରଦାନ, ପାଠ୍ୟପୁସ୍ତକ ରେ ଜୀବନୀ ସମ୍ପର୍କରେ ରଖିବା, ସରକାରୀ ଭାବେ ଦିନଟିକୁ ଯାକଯମକରେ ପା,ନ କରିବା ଉପରେ ସରକାରଙ୍କ ନିକଟରେ ଦାବି ରଖିବାକୁ ନିଷ୍ପତ୍ତି ନିଆଯାଇଥିଲା।