
ମାଲକାନଗିରି : ମାଲକାନଗିରି ଜିଲ୍ଲା କାଲିମେଳା ଥାନା ଅଂଚଳରେ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି। କାଲିମେଳା ଥାନା ଅନ୍ତର୍ଗତ ବଦଲିଗୁଡା ଛକ ନିକଟରେ ପିକଅପ ଭ୍ୟାନ ଓଲଟି ୨ ଜଣ ମୃତ୍ୟୁବରଣ କରିଥିବା ବେଳେ ୫ ଜଣ ଆହତ ହୋଇଛନ୍ତି। ଆଦି ଦ୍ବିପହରରେ ଏମପିଭି ୨୯ ଗ୍ରାମର ୭ ଜଣ କେନ୍ଦୁପତ୍ର ତୋଳିବା ପରେ ଭେଜଙ୍ଗଵାଡା ଫଡିରେ ବିକ୍ରି କରିବା ପାଇଁ ଯାଇଥିଲେ। ସେଠାରେ କେନ୍ଦୁପତ୍ର ବିକ୍ରି କରି ଫେରୁଥିବା ସମୟରେ ଏହି ଦୁର୍ଘଟଣା ଘଟିଥିଲା। ଏକ ମଟର ସାଇକେଲକୁ ସାଇଡ ଦେଉଥିବା ସମୟରେ ଭାରସାମ୍ୟ ହରାଇ ପିକଅପଟି ଓଲଟି ପଡିବାରୁ ଦୁର୍ଘଟଣା ହୋଇଥିବା ଜଣାପଡିଛି। ପ୍ରଥମେ ସମସ୍ତ ୭ ଜଣଙ୍କ ମଧ୍ୟରୁ ଦୁଇ ଗୁରୁତରଙ୍କୁ ଏମପିଭି-୨୧ ମେଡିକାଲକୁ ନେଇ ପ୍ରାଥମିକ ଚିକିତ୍ସା କରିବା ପରେ ତୁରନ୍ତ ମାଲକାନଗିରି ମେଡିକାଲକୁ ଆଣିଥିଲେ। ପରେ ଅନ୍ୟମାନଙ୍କୁ କାଲିମେଳା ମେଡିକାଲକୁ ଚିକିତ୍ସା ପାଇଁ ପଠାଯାଇଥିଲା।