ଆକ୍ସନ୍‌ଏଡ୍‌କୁ ‘ଭୁବନେଶ୍ୱର ଲିଡରଶିପ୍‌ ଆୱାର୍ଡ’

add-all

ଭୁବନେଶ୍ୱର: ଓ୍ବାଲର୍‌ଡ ସିଏସ୍‌ଆର୍‌ ଡେ ପକ୍ଷରୁ ଆନ୍ତର୍ଜାତିକ ସାମାଜିକ ସଂଗଠନ ଆକ୍ସନ୍‌ଏଡ୍‌କୁ ‘ଭୁବନେଶ୍ୱର ଲିଡର୍‌ଶିପ୍‌ ଆଓ୍ବାର୍ଡ’ ପ୍ରଦାନ କରାଯାଇଛି। ବିଭିନ୍ନ କ୍ଷେତ୍ରରେ ପ୍ରମୁଖ ଅବଦାନ ପାଇଁ ସଂଗଠନକୁ ଏହି ପୁରସ୍କାର ମିଳିଛି। ଆୟୋଜିତ କାର୍ଯ୍ୟକ୍ରମରେ ଆକ୍ସନ୍‌ଏଡ୍‌ର ସହଯୋଗୀ ନିର୍ଦ୍ଦେଶକ ଦେବବ୍ରତ ପାତ୍ର, ଶୁଭେନ୍ଦୁ କୁମାର ରାୟ ଓ ବି.ଏନ୍‌. ଦୁର୍ଗା ଏହି ସମ୍ମାନ ଗ୍ରହଣ କରିଥିଲେ।
କୋଭିଡ୍‌ ସମୟରେ ଦେଶରେ ପ୍ରାୟ ୮୦ ଲକ୍ଷ ଲୋକଙ୍କୁ ସହଯୋଗର ହାତ ବଢ଼ାଇଛି ଆକ୍ସନ ଏଡ୍‌। ଏଥିସହ ଓଡିଶାର ୨୨ ଜିଲାରେ ୬ ହଜାର ଗ୍ରାମର ୬ ଲକ୍ଷ ଜନସାଧାରଣଙ୍କୁ ରାଶନ, ମାକ୍ସ, ଅକ୍ସିମିଟର, ଥର୍ମୋମିଟର ବିତରଣ ସହ ସରକାରୀ ହସ୍ପିଟାଲକୁ ଅକ୍ସିଜେନ୍‌ କନ୍‌ସେନ୍‌ଟ୍ରେଟର, ୧୨ ଜିଲାରେ ଟିକାକରଣ ଅଭିଯାନ ମାଧ୍ୟମରେ ସଚେତନତାର ବାର୍ତ୍ତା ବାଣ୍ଟିବା ସହ ଟିକାକରଣରେ ସହଯୋଗ ପ୍ରଦାନ କରିଛି। ଶ୍ରମିକଙ୍କ ଅଧିକାର ସୁରକ୍ଷା, ଶିଶୁ ଓ ମହିଳାଙ୍କ ଅଧିକାରକୁ ନେଇ ମଧ୍ୟ ସଂଗଠନ କାର୍ଯ୍ୟ କରୁଛି ।

ad-week
Leave A Reply

Your email address will not be published.