ବିଶ୍ବ ନୃତ୍ୟ ଦିବସ ଅବସରରେ ଫୁଲବାଣୀ ନଟରାଜ କଳା ମନ୍ଦିରର ବାର୍ଷିକ ଉତ୍ସବ ଅନୁଷ୍ଠିତ…

add-all


ଫୁଲବାଣୀ:-ବିଶ୍ବ ନୃତ୍ୟ ଦିବସରେ ଫୁଲବାଣୀର ସୁପରିଚିତ ନୃତ୍ୟ ଓ କଳା ଅନୁଷ୍ଠାନ ନଟରାଜ କଳା ମନ୍ଦିରର ବାର୍ଷିକ ଉତ୍ସବ ଫୁଲବାଣୀ ଗାନ୍ଧୀ ସ୍ମୃତି ଭବନଠାରେ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ମୁଖ୍ୟଅତିଥି ଭାବେ ଫୁଲବାଣୀ ବିଧାୟକ ଅଙ୍ଗଦ କହଁର ଯୋଗ ଦେଇଥିବା ବେଳେ ଅନ୍ୟତମ ଅତିଥି ଭାବରେ ଫୁଲବାଣୀ ପୌରପରିଷଦ ଅଧ୍ୟକ୍ଷା ଶ୍ରୀମତୀ ସ୍ମିତାରାଣୀ ମହାନ୍ତିଙ୍କ ସମେତ ବିଶ୍ବ ସ୍ତରରେ ପ୍ରସିଦ୍ଧି ଅର୍ଜନ କରିଥିବା ଓଡିଶୀ ନୃତ୍ୟ ଗୁରୁ ଡ. ଗଜେନ୍ଦ୍ର ପଣ୍ଡା,ଗୁରୁ ବିକ୍ରମ ସାମଲ,ଅନୁଷ୍ଠାନର ସମ୍ପାଦକ ହରିଶ୍ଚନ୍ଦ୍ର ମହାରଣା, ନାରାୟଣୀ ଯାତ୍ରା ପରିଚାଳନା କମିଟିର ସଭାପତି ପି. ସୁଧାଂଶୁ ସେନାପତି,ଓଡିଶା ସାମ୍ବାଦିକ ସଂଘ କନ୍ଧମାଳର ସଭାପତି ପ୍ରଶାନ୍ତ କୁମାର ବେହେରା,ବରିଷ୍ଠ ଆଇନଜୀବୀ ବିଜୟ ମହାନ୍ତି, ବିଜୟକୃଷ୍ଣ ପଟ୍ଟନାୟକ ଏବଂ ଅନ୍ୟ ଅତିଥି ମାନେ ଯୋଗ ଦେଇ ନଟରାଜ କଳା ମନ୍ଦିରର ଦିର୍ଘ ବର୍ଷ ର ସାଧନା ଦ୍ବାରା ଜିଲ୍ଲାର ଲୁକ୍କାୟିତ ନୃତ୍ୟ ପ୍ରତିଭା ମାନେ ଲୋକ ଲୋଚନକୁ ଆସିବା ସହିତ ସେମାନେ ନିଜର ନୃତ୍ୟ କଳା ଦ୍ବାରା ଜିଲ୍ଲାର ମଧ୍ୟ ସୁନ୍ନାମ ଅର୍ଜନ କରିଛନ୍ତି ବୋଲି ନିଜନିଜ ବକ୍ତବ୍ୟ ରେ କହିଛନ୍ତି। କାର୍ଯ୍ୟକ୍ରମ କୁ ଅଶୋକ କୁମାର ମହାନ୍ତି ପରିଚାଳନା କରିଥିବା ବେଳେ ଅନୁଷ୍ଠାନ ର ସମ୍ପାଦକ ବିନୋଦ ଚନ୍ଦ୍ର ସାହୁ ପରିଚାଳନା କରିଥିଲେ। ଏହି ଅବସରରେ ରାଜ୍ୟ ଓ ବିଦେଶ ସ୍ତରରେ ସୁନାମ ଅର୍ଜନ କରିଥିବା ନୃତ୍ୟ କଳାକାର ମାନେ ସେମାନଙ୍କ ନୃତ୍ୟର ନୈପୁଣ୍ୟ ପ୍ରଦର୍ଶନ କରିଥିଲେ। ଏହି ଅବସରରେ ଫୁଲବାଣୀ ତଥା କନ୍ଧମାଳର ବିଶିଷ୍ଠ ପ୍ରତିଭା ମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ପରେ ପରେ ଅନୁଷ୍ଠାନର କୁନି କୁନି କଳାକାର ମାନେ ସେମାନଙ୍କ ନୃତ୍ୟରେ ଦର୍ଶକମାନଙ୍କ ମନୋରଞ୍ଜନ କରିଥିଲେ।

ad-week
Leave A Reply

Your email address will not be published.