ବିଭିନ୍ନ ଧର୍ମସ୍ଥଳୀରୁ ୫୩ ହଜାରରୁ ଅଧିକ ଲାଉଡ୍ ସ୍ପିକର ହଟିଲା

add-all

ଲକ୍ଷ୍ନୌ: ଉତ୍ତରପ୍ରଦେଶରେ ଲାଉଡ୍ ସ୍ପିକର ହଟିବା ଅଭିଯାନ ଜାରି ରହିଛି। ଏ ପର୍ଯ୍ୟନ୍ତ ବିଭିନ୍ନ ଧର୍ମସ୍ତଳୀରୁ ୫୩ ହଜାରରରୁ ଅଧିକ ଲାଉଡ ସ୍ପିକରକୁ ହଟାଇଲେଣି ସରକାର। ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟ ନାଥଙ୍କ ନିଷ୍ପତ୍ତି କ୍ରମେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଉତ୍ତର ପ୍ରଦେଶର ଆଇନ ଶୃଙ୍ଖଳା ପୁଲିସ ଏଡିଜି ପ୍ରଶାନ୍ତ କିଶୋର କହିଛନ୍ତି ଯେ, ରାଜ୍ୟର ବିଭିନ୍ନ ଧାର୍ମିକ ସ୍ଥାନରୁ ୫୩,୯୪୨ ଲାଉଡ୍‌ ସ୍ପିକର ହଟାଇ ଦିଆଯାଇଛି।
ସେହିପରି ୬୦,୨୯୫ ଲାଉଡ ସ୍ପିକର ଶବ୍ଦ ପରିମାଣକୁ ହ୍ରାସ କରାଯାଇଛି। ବେଆଇନ ଲାଉଡ୍‌ସ୍ପିକର ହଟାଇବା ପାଇଁ ଗତ ଏପ୍ରିଲ ୨୪ ତାରିଖରେ ୟୁପି ସରକାର ନିର୍ଦ୍ଦେଶ ଦେଇଥିଲେ। ୟୁପିର ବିଭିନ୍ନ ସ୍ଥାନରେ ଥିବା ମନ୍ଦିର, ମସ୍‌ଜିଦ୍‌, ଚର୍ଚ୍ଚ ଓ ଗୁରୁଦ୍ୱାରରୁ ପ୍ରତ୍ୟେକ ଧର୍ମସ୍ଥଳକୁ ଯାଇ ପୁଲିସ ଓ ପ୍ରଶାସନିକ ଅଧିକାରୀମାନେ କେତୋଟି ଲାଉଡ୍‌ ସ୍ପିକର୍ ଲାଗିଛି ଓ ସେଥିରୁ ଦିନ ଓ ରାତିରେ କେତେ ଡେସିବଲ୍ ଶବ୍ଦ ବାହାରୁଛି ଯାଞ୍ଚ କରାଯାଇଥିଲା ।
ଧାର୍ମିକ ସ୍ଥଳରୁ ଲାଉଡ୍‌ସ୍ପିକରକୁ ନେଇ ଅଭିଯୋଗ ଆସିଥିଲା। ଅଭିଯୋଗ ଅନୁସାରେ କାର୍ଯ୍ୟାନୁଷ୍ଟାନ ହୋଇଛି ବୋଲି ରାଜ୍ୟ ଗୃହ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ଅଶ୍ୱିନୀ କୁମାର ଅୱସ୍ଥି ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ, ବେଆଇନ ଭାବେ ଲାଗିଥିବା ଲାଉଡ୍‌ସ୍ପିକରକୁ ହଟାଇ ଦେବାକୁ ଆଲୋଚନା ହୋଇଥିଲା। ଅନୁଷ୍ଠାନ କର୍ତ୍ତୃପକ୍ଷଙ୍କ ସହଯୋଗରେ ଲାଉଡ୍‌ସ୍ପିକର ହଟାଇ ଦିଆଯାଇଛି। ସମସ୍ତେ ନିଜ ଧର୍ମ ରିତି ନୀତି ଅନୁସାରେ ପୂଜାପାଠ କରିବାକୁ ସ୍ୱାଧୀନ, କିନ୍ତୁ ଏହା ଯେପରି ଅନ୍ୟମାନଙ୍କୁ ବିରକ୍ତ ନକରେ ସେଥିପ୍ରତି ଯତ୍ନବାନ ହେବା ଦରକାର ବୋଲି କିଛି ଦିନ ତଳେ କହିଥିଲେ ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ।

ad-week
Leave A Reply

Your email address will not be published.