ସୋମବାରଠୁ ବିଦେଶ ଗସ୍ତରେ ମୋଦି: ୬୫ ଘଣ୍ଟା, ୨୫ ବୈଠକ, ୮ ନେତାଙ୍କୁ ସାକ୍ଷାତ

add-all

ନୂଆଦିଲ୍ଲୀ: ସୋମବାରଠାରୁ ବିଦେଶ ଗସ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏହା ମୋଦିଙ୍କ ଚଳିତ ବର୍ଷର ପ୍ରଥମ ବିଦେଶ ଯାତ୍ରା। ଏହି କ୍ରମରେ ସେ ଜର୍ମାନ, ଡେନମାର୍କ ଓ ଫ୍ରାନ୍ସ ଗସ୍ତ କରିବେ ବୋଲି ଜଣାପଡିଛି। ଏହି ଗସ୍ତବେଳେ ସେ ୮ ଜଣ ବିଦେଶୀ ନେତାଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଥିବା ସରକାରୀ ସୂତ୍ରରୁ ସୂଚନା ମିଳିଛି। ଏହାସହ କିଛି ଦ୍ୱିପାକ୍ଷୀକ ଓ କିଛି ବହୁପାକ୍ଷୀକ ବୈଠକରେ ମଧ୍ୟ ଯୋଗଦେବେ ପ୍ରଧାନମନ୍ତ୍ରୀ।
ସେପଟେ ସେ ଗସ୍ତ କରୁଥିବା ଦେଶମାନଙ୍କରେ ଥିବା ଭାରତୀୟ ନାଗରିକଙ୍କୁ ବି ସମ୍ବୋଧିତ କରିବାର କାର୍ଯ୍ୟକ୍ରମ ରହିଛି । ସମୁଦାୟ ଏହି ବିଦେଶ ଗସ୍ତ ସମୟରେ ପ୍ରଧାନମନ୍ତ୍ରୀ ୬୫ ଘଣ୍ଟା ମଧ୍ୟରେ ୨୫ଟି ବୈଠକ ଓ କିଛି ବିଦେଶୀ ନେତାଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି।
ଏକ ଜାତୀୟ ଗଣମାଧ୍ୟମର ସୂଚନା ମୁତାବକ ଏହି ଗସ୍ତ ସମୟରେ ପ୍ରଧାନମନ୍ତ୍ରୀ ୫୦ ରୁ ଅଧିକ ବିଶ୍ୱସ୍ତରୀୟ ବ୍ୟବସାୟୀଙ୍କ ସହ ବୈଠକ କରିବେ। ତେବେ ବିଦେଶ ଗସ୍ତରେ ବା ପୂର୍ବରୁ ଆଜି ପ୍ରଧାନମନ୍ତ୍ରୀ ମୋଦି ଏକ ବିବୃତ୍ତି ଜାରି କରିଛନ୍ତି। ସେ କହିଛନ୍ତି, ‘ୟୁରୋପୀୟ ମିତ୍ରରାଷ୍ଟ୍ରମାନଙ୍କ ସହ ଶାନ୍ତି ଓ ସମୃଦ୍ଧି ସହଯୋଗିତା ସୁଦୃଢ଼ କରିବା ହେଉଛି ମୋ ଗସ୍ତର ଉଦ୍ଦେଶ୍ୟ। ୟୁରୋପୀୟ ଅଞ୍ଚଳ ଅନେକ ଆହ୍ୱାନର ସମ୍ମୁଖୀନ ହେଉଥିବା ବେଳେ ମୋର ୟୁରୋପ ଗସ୍ତ ଆରମ୍ଭ ହେଉଛି।’
ପ୍ରଧାନମନ୍ତ୍ରୀ ଆହୁରି କହିଛନ୍ତି, ‘ରାଷ୍ଟ୍ରପତି ମାକ୍ରୋନ୍‌ ନିକଟରେ ପୁନଃ ନିର୍ବାଚିତ ହୋଇଛନ୍ତି। ମାତ୍ର ୧୦ ଦିନ ହେବ ସେ ବିଜୟ ହାସଲ କରିଥିବାରୁ ତାଙ୍କୁ ଭେଟି ବ୍ୟକ୍ତିଗତ ଭାବେ ଅଭିନନ୍ଦନ ଜଣାଇ ପାରିବି। ଦୁଇ ଦେଶ ମଧ୍ୟରେ ସମ୍ପର୍କ ଆହୁରି ଦୃଢ଼ ହେବ। ଭାରତ-ଫ୍ରାନ୍ସ ରଣନୈତିକ ସହଯୋଗିତାର ପରବର୍ତ୍ତୀ ପର୍ଯ୍ୟାୟ ନିର୍ଦ୍ଧାରଣ ପାଇଁ ମଧ୍ୟ ସୁଯୋଗ ମିଳିବ।’
ସୋମବାରଠାରୁ ୨ ଦିନ ପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀ ମୋଦି ଜର୍ମାନୀ ଗସ୍ତ କରିବେ। ପରବର୍ତ୍ତୀ ଦୁଇଦିନ ସେ ଡେନ୍‌ମାର୍କ ଗସ୍ତ କରି ‘ଭାରତ-ନର୍ଡିକ୍‌ ଶିଖର ସମ୍ମିଳନୀ’ର ଦ୍ୱିତୀୟ ସଂସ୍କରଣରେ ଯୋଗ ଦେବେ। ଏହା ପରେ ସେ ପ୍ୟାରିସ୍‌ ଗସ୍ତ କରିବେ। ସେ ଏହି ଗସ୍ତ ବେଳେ ଜର୍ମାନ୍ ଚାନ୍‌ସେଲର୍‌ ଓଲାଫ୍‌ ସ୍ଲୋଜ୍‌, ଡେନ୍‌ମାର୍କ ପ୍ରଧାନମନ୍ତ୍ରୀ ମେଟେ ଫ୍ରେଡେରିକ୍‌ସେନ୍‌ ଏବଂ ଫ୍ରାନ୍‌ସ୍‌ର ଇମ୍ମାନୁଏଲ୍‌ ମାକ୍ରୋନ୍‌ଙ୍କୁ ଭେଟିବେ।

ad-week
Leave A Reply

Your email address will not be published.